
ଦିନକୁ ଦିନ ବଢିଚାଲିଛି ଦୁର୍ଘଟଣା । ବାରମ୍ବାର ଦୁର୍ଘଟଣା ଫଳରେ ବହୁ ଧନଜୀବନ ନଷ୍ଟ ହେବା ଲାଗିଛି । ମାଲକାନାଗିରି ସ୍ୱାଭିମାନ ଅଞ୍ଚଳରେ ସିମେଣ୍ଟ ବୋଝେଇ ଟିପ୍ପର ଦୁର୍ଘଟଣା ଗ୍ରସ୍ତ ହୋଇଛି । ହନ୍ତାଳଗୁଡା ଘାଟିରେ ଭାରସାମ୍ୟ ହରାଇ ଏହି ଟିପ୍ପର ଓଲଟି ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଗୁରୁତର ହୋଇଛନ୍ତି । ଶ୍ରମିକମାନଙ୍କୁ ନେଇ ଏହି ସିମେଣ୍ଟ ବୋଝେଇ ଟିପ୍ପର ଯାଉଥିବା ବେଳେ ଓଲଟି ପଡି ଦୁର୍ଘଟଣା ଘଟିଛି। ଗୁରୁତରଙ୍କୁ ଚିତ୍ରକୋଣ୍ଡା ମେଡିକାଲକୁ ନିଆଯାଇଛିି । ତେବେ ଚିତ୍ରକୋଣ୍ଡାରୁ ଯୋଡାମ୍ବ ଯାଉଥିବା ବେଳେ ହନ୍ତାଳଗୁଡାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।