ସାମ୍ନାକୁ ଆସିଛି କୋଲକାତା ଲଜ୍ଜା ଘଟଣାର ଏକ ବଡ ପ୍ରମାଣ । ଅଭିଯୁକ୍ତ ସଞ୍ଜୟ ରୟର ଆସିଛି ସିସିଟିଭି ଫୁଟେଜ । ଆଉ ଏହି ସିସିଟିଭି ଫୁଟେଜ ଘଟଣା ଦିନର ତଥା ଅଗଷ୍ଟ ୯ ତାରିଖ ର ବୋଲି ସ୍ପଷ୍ଟ ହୋଇଛିା ସେଦିନ ହସ୍ପିଟାଲରେ ସଞ୍ଜୟ କଣ କରୁଥିଲା , କିପରି ସେମିନାର ହଲ ବାହାରେ ପଇଁତରା ମାରୁଥିଲା ତାହା ସିସିଟିଭିରେ ରେକର୍ଡ ହୋଇଛିା ଆଉ ଏହି ସମୟରେ ସଞ୍ଜୟ ନର୍ଭସ ଥିବାରୁ ଏହି କାଣ୍ଡ ସେହିିଁ ଭିଆଇଥିବା ସ୍ପଷ୍ଟ ହୋଇପଡୁଛିା ତେବେ ଘଟଣା ପୂର୍ବରୁ ରାତି ପ୍ରାୟ ୧୧ଟା ବେଳେ ସଞ୍ଜୟ ହସ୍ପିଟାଲରେ ବୁଲୁଥିବାର ନଜର ଆସିଛି । ଏବଂ ଟେନିଂ ଡାକ୍ତରଙ୍କୁ ନିଶାନା କରିଥିବା ଏବଂ ତାଙ୍କ ଉପରେ ନଜର ରଖିଥିବା ସିସିଟିଭି ଫୁଟେଜରୁ ସ୍ପଷ୍ଟ ହେଉଛି । କାରଣ ଏହି ଭିଡିଓରେ ସଞ୍ଜୟ ବ୍ୟସ୍ତ ବିବ୍ରତ ଥିବା ସହ ଡରରେ ରହିଥିବା ସିସିଟିଭିରେ ଦେଖିବାକୁ ମିଳିଛି । ଝାଳ ନାଳ ଅବସ୍ଥାରେ ବିଚଳିତ ଅବସ୍ଥାରେ ସଞ୍ଜୟ ଏପଟ ସେପଟ ଦେଖୁଥିବା ଏବଂ କାଳେ କିଏ ଆସିଯିବ ତାକୁ ନଜରରେ ରଖିଥିବା ସିସିଟିଭିରେ ରେକର୍ଡ ହୋଇଛି । ତେବେ ଅଗଷ୍ଟ ୯ ତାରିଖ ଦିନ ପୀଡିତା ସେମିନାର ହଲରେ ଶୋଇଥିବା ବେଳେ ଭୋର୍ ପ୍ରାୟ ୪ଟା ବେଳେ ସେମିନାର୍ ହଲ୍କୁ ପଶିଥିଲା ଅଭିଯୁକ୍ତ ସଞ୍ଜୟ ରୟ। ପ୍ରାୟ ୩୦-୪୦ ମିନିଟ୍ ରହିବା ପରେ ସେଠୁ ବାହାରକୁ ଆସିଥିଲା ଅଭିଯୁକ୍ତ। ସେମିନାର ହଲକୁ ଯିବାବେଳେ ତା’ବେକରେ ହେଡଫୋନ ଏବଂ ହାତରେ ହେଲମେଟ ଥିଲା, କିନ୍ତୁ ବାହାରକୁ ଆସିବା ପରେ ତା’ ବେକରେ ହେଡଫୋନ୍ ନ ଥିଲା। ଡାକ୍ତରଙ୍କ ମୃତଦେହ ନିକଟରୁ ହେଡଫୋନ ଉଦ୍ଧାର କରାଯାଇଛି, ଯାହାଫଳରେ ସଞ୍ଜୟ ରୟଙ୍କୁ ଗିରଫ କରାଯାଇଥିଲା । ଆଉ ଏବେ ସିସିଟିଭିରୁ ସଞ୍ଜୟର ଏପରି ସନ୍ଦେହ ଜନକ ଭିଡିଓ ପାଇବା ପରେ ଏହି ଘଟଣାର ମାଷ୍ଟରମାଇଣ୍ଡ ସଞ୍ଜୟ ବୋଲି ସମ୍ଭାବନା ବଢିବଢି ଚାଲିଛି ।

You can share this post!
author