ମଞ୍ଚ ଉପରେ ମୁଖ୍ୟମନ୍ତ୍ରୀଙ୍କ ଉତପାତ
ପୋଲିସକୁ ଦେଖାଇଲେ ନାଲିଆଖି ମାରିଲେ ଚାପୁଡା
ଏମିତି କରିନଥିଲେ ନବୀନ ସବୁ ସୀମା ଟପିଗଲେ ମୁଖ୍ୟମନ୍ତ୍ରୀ
ଦେଖିଲେ ତ ଦର୍ଶକବନ୍ଧୁ ଯାହା କେବେ ହୋଇନଥିଲା ତାହା ଏବେ ଦେଖିବାକୁ ମିଳୁଛି ଟିକିଏ ଦେଖନ୍ତୁ ମଞ୍ଚ ଉପରେ ମୁଖ୍ୟମନ୍ତ୍ରୀଙ୍କ ଇଏ କେଉଁଭଳି ଆଚରଣ । ହଠାତ୍ ରାଗିଯାଇ ପୋଲିସ ଅଧିକାରୀଙ୍କୁ କିଭଳି ଭାବେ ହାତ ଉଠାଉଛନ୍ତି । ଜଣେ ମୁଖ୍ୟମନ୍ତ୍ରୀ ହୋଇ ସାଧାରଣ ସଭାରେ ପୋଲିସ ଅଧିକାରୀଙ୍କୁ ନାଲି ଆଖି ଦେଖେଇବା ଏବେ ମହଙ୍ଗା ପଡିଛି । ଭିଡିଓ ଦେଖି ବୋଧ ହୁଏ ଆପଣମାନେ ଜାଣି ସାରିଥିବେ ଇଏ ହେଉଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା । ବେଲଗାଭିରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ସିଦ୍ଧରମୈୟା । ହଠାତ୍ କୌଣସି କାରଣ ହେତୁ ବହୁତ ଜୋରସେ ରାଗିଯାଇଥିଲେ ମୁଖ୍ୟମନ୍ତ୍ରୀ ଓ ଏସପି କେଉଁଠି ଅଛନ୍ତି ବୋଲି ପ୍ରଶ୍ନ କରିଥିଲେ ଆଉ ସଙ୍ଗେ ସଙ୍ଗେ ଏହାର ଉତ୍ତର ଅନ୍ୟ ଜଣେ ପୋଲିସ ଅଧିକାରୀ ଦେବା ସମୟରେ ଉତକ୍ଷିପ୍ତ ହୋଇ ସେହି ପୋଲିସ ଅଧିକାରୀଙ୍କ ଉପରକୁ ହାତ ଉଠାଇଦେଇଥିଲେ । ଆଉ ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପୋଲିସ ଅଧିକାରୀଙ୍କୁ ଚାପୁଡା ମାରିବାକୁ ଉଦ୍ୟମ କରି ଏବେ ସମାଲୋଚନା ଘେରରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ।
ତେବେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଯାହା ଘଟାଇଲେ ତାହା ତ ଓଡିଶାରେ ନବୀନଙ୍କ ଅମଳରେ କେବେ ହୋଇନଥିଲା । ଜଣେ ପୋଲିସ ଅଧିକାରୀଙ୍କ ଉପରକୁ ହାତଉଠାଇ ବିବାଦରେ ଛନ୍ଦି ହୋଇଯାଇଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ । ତେବେ ଘଟଣା ସମୟରେ ପାଖରେ ଥିବା କର୍ମୀ ବୁଝାସୁଝା କରିବା ପରେ ଶାନ୍ତ ପଡିଥିଲେ ମୁଖ୍ୟମନ୍ତ୍ରୀ । ଭିଡିଓଟି ଭାଇରାଲ ହେବା ପରେ ମୁଖ୍ୟମନ୍ତ୍ରୀଙ୍କୁ ବିଭିନ୍ନ ମହଲରୁ ନିନ୍ଦା କରାଯିବା ସହିତ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ଚାଲିଛି ।