ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକ ଅନ୍ତର୍ଗତ ବରୀ ନିର୍ବାଚନ ମଣ୍ଡଳୀର 36 ନମ୍ବର ଜୋନର ବିଧାୟିକା ପ୍ରାର୍ଥୀନୀ ଶ୍ରୀମତୀ ଆରତୀ ଦେଓଙ୍କୁ ଜାତୀୟ କଂଗ୍ରେସରୁ ଟିକଟ ମିଳିବା ପରେ ସାରା ଯାଜପୁର ବାସୀ ଆଜି ତାଙ୍କୁ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଛନ୍ତି |ରାଣୀ ଲଷ୍ମୀବାଇଙ୍କ ପରି ଲୋକମାନଙ୍କ ପାଇଁ ସଂଘର୍ଷ କରି କଂଗ୍ରେସ ତାଙ୍କୁ ଟିକଟ ଦେଇଥିବାରୁ ଜନସାଧାରଣ ବେଶ ଖୁସି ଅଛନ୍ତି |ବରୀ ନିର୍ବାଚନ ମଣ୍ଡଳୀର ସମସ୍ତ ଜନସାଧାରଣ ତାଙ୍କୁ ନିଜ ମାଟିର ଝିଅ, ବୋହୁ ଭାବେ ତାଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟୀ କରିବାକୁ ଆବାଳ ବୃଦ୍ଧ ବନିତା ତାଙ୍କୁ ପ୍ରତିଶୃତି ପ୍ରଦାନ କରି ତାଙ୍କର ଚଲା ପଥକୁ ପୁଷ୍ପମୟ କରିବାକୁ ଅଣ୍ଟା ଭିଡିଛନ୍ତି |ଜଣେ ସେବାକାରୀ ଭାବେ ଆଜି ସାରା ବରୀ ନିର୍ବାଚନ ମଣ୍ଡଳୀରେ ସୁପରିଚିତ |ତାଙ୍କୁ କଂଗ୍ରେସ ତରଫରୁ ସମସ୍ତ ସହଯୋଗ ପାଇଁ ଉପର ମହାଳରୁ ସୂଚନା ମିଳିଛି |

You can share this post!
author