ସୁପ୍ରିମକୋର୍ଟର ନିର୍ଦ୍ଦେଶ ୨୬ସପ୍ତାହ ପରେ ଗର୍ଭପାତ ନିଷେଧ

ସୁପ୍ରିମକୋର୍ଟର ନିର୍ଦ୍ଦେଶ ୨୬ସପ୍ତାହ ପରେ ଗର୍ଭପାତ ନିଷେଧ

ସୁପ୍ରିମକୋର୍ଟ ଏବେ ଜଣେ ମହିଳାଙ୍କୁ ଏକ କଡା ଚେତାବନୀ ଦେଇଛନ୍ତି । ୨୬ସପ୍ତାହ ପରେ ଗର୍ଭପାତ କରିପାରିବେ ନାହିଁ ବୋଲି ଶୁଣାଣିରେ କହିଛନ୍ତି । ଜଣେ ମହିଳା ୨୬ ସପ୍ତାହା ପରେ ଗର୍ଭପାତ କରିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ସୁପ୍ରିମ୍ କୋର୍ଟ କହିଛନ୍ତି ଯେ ଏମ୍ସ ରିପୋର୍ଟ ଅନୁଯାୟୀ ଶିଶୁରେ କୌଣସି ଅସ୍ୱାଭାବିକତା ନାହିଁ ଏବଂ ଏମ୍ସରେ ଠିକ୍ ସମୟରେ ପ୍ରସବ କରାଇବ। ଅକ୍ଟୋବର ୯ ତାରିଖରେ ୨୭ବର୍ଷର ଜଣେ ମହିଳା ଏକ ଆବେଦନ କରିଥିଲେ ଓ ଦର୍ଶାଇଥିଲେ କି ଅବସାଦ , ଅସୁସ୍ଥତା ଓ ଆର୍ଥିକ ସ୍ଥିତି ଠିକ ନଥିବା ଯୋଗୁଁ ଗର୍ଭପାତ କରିବାକୁ କୋର୍ଟଙ୍କ ଅନୁମତି ମାଗିଥିଲେ ।

FILE – A pregnant woman stands for a portrait in Dallas, Thursday, May 18, 2023. On Friday, Aug. 4, 2023, U.S. health officials approved the first pill, Zurzuvae, specifically intended to treat severe depression after childbirth, a condition that affects thousands of new mothers in the U.S. each year. (AP Photo/LM Otero, File)

ଏହା ପରେ କୋର୍ଟ ଏମ୍ସକୁ ନିର୍ଦ୍ଦେଶ ଦେଇ ଗର୍ଭବତୀଙ୍କ ସ୍ୱାସ୍ଥ୍ୟବସ୍ଥା ପରେ ଏକ ରିପୋର୍ଟ ମାଗିଥିଲେ । ତେବେ ଡାକ୍ତର କହିଥିଲେ ଯେ ଭ୍ରୁଣ ସ୍ଥିତିର ଭଲ ରହିଛି ଓ ଗର୍ଭପାତ କରାଇବା ଉଚିତ ନୁହେଁ । ପରେ କୋର୍ଟ ନିଜ ଆଦେଶକୁ ପ୍ରତ୍ୟାହର କରିନେଇଥିଲେ । ପୁର୍ନବାରର ଶୁଣାଣୀ କରି କୋର୍ଟ ଏହି ରାୟ ଦେଇଛନ୍ତି । ପୂର୍ବରୁ ତଳ କୋର୍ଟଙ୍କ ଶୁଣାଣୀ ସମୟରେ ଦୁଇ ବିଚାରପତିଙ୍କ ମତପାର୍ଥକ୍ୟ ଦେଖା ଦେବାରୁ ଉପରିସ୍ଥ ବେଞ୍ଚକୁ ମାମଲା ପଠାଯାଇଥିଲା ।

author

Related Articles

Leave a Reply

Your email address will not be published. Required fields are marked *