ସୁବର୍ଣ୍ଣପୁର ଯିବେ ମୋହନ

ସୁବର୍ଣ୍ଣପୁର ଯିବେ ମୋହନ

ଆଜି ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ କରିବେ ଲୋକଙ୍କ ମୁଖ୍ୟମନ୍ତ୍ରୀ ମହୋନ ଚରଣ ମାଝୀ। ଏଥି ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବାବେଳେ ବିଜେପି ନେତା ଠୁ କର୍ମୀ ସହିତ ଜନ ସାଧାରଣ ବେଶ୍ ଉତ୍ସାହିତ । ବିଜେପି ସରକାର ର ପ୍ରଥମ ମୁଖ୍ୟମନ୍ତ୍ରୀ ପ୍ରଥମ ଥର ପାଇଁ ମନ୍ଦିର ମାଳିନୀ ସହରକୁ ଆସୁଥିବାବେଳେ ସ୍ବାଗତ କରିବା ପାଇଁ  ପ୍ରଶାସନ ବି ସମସ୍ତ ପ୍ରକାର ପ୍ରସ୍ତୁତି କରିଛି । ମୁଖ୍ୟମନ୍ତ୍ରୀ ଅପରାହ୍ନରେ ସୁବର୍ଣ୍ଣମେରୁ ସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରି ନବ ନିର୍ମିତ ସର୍କିଟ ହାଉସ କୋଠା ଉଦଘାଟନ କରିବେ । ପରେ ରାମେଶ୍ବର ଷ୍ଟାଡିୟମରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି । ଏହି ଅବସରରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ସହ ନୂତନ ପ୍ରକଳ୍ପ ର ଉଦଘାଟନ କରିବେ ମୂଖ୍ୟମନ୍ତ୍ରୀ। ବିଜେପି ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଲୋକଙ୍କୁ ହିସାବ ଦେବେ ବୋଲି କହିଛନ୍ତି ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା l

author

Related Articles

Leave a Reply

Your email address will not be published. Required fields are marked *