ସୁଭଦ୍ରା ଟଙ୍କା ନେଲେ ନବୀନଙ୍କୁ ଭେଟ ଦେଲେ . ଯାହାକୁ ଶୁଣିବା ପରେ ରାଗିଲେ ମୋହନ . ସୁଭଦ୍ରା ଟଙ୍କା ନେଲେ ହେଲେ ମୋହନଙ୍କୁ ଭୁଲିଗଲେ ଲୋକେ . ବିଜେପି ସରକାରକୁ ଆସିବା ସମୟରେ ସୁଭଦ୍ରା ଯୋଜନାକୁ ଆଗକୁ ଆଣିଥିଲା . କୁହାଯାଉଥିଲା ସୁଭଦ୍ରା ଯୋଜନା ବିଜେପିର ଭୋଟ ବ୍ୟାଙ୍କକୁ ଆଗକୁ ଷ୍ଟଙ୍ଗ କରିବ ହେଲେ ଗୋଟିଏ ନିର୍ବାଚନରେ ସୁଭଦ୍ରା ଯୋଜନାର ବି ଫିକ ପଡ଼ିଗଲା . ମୋହନଙ୍କ ଠାରୁ ସୁଭଦ୍ରା ଟଙ୍କା ନେଇ ନବୀନଙ୍କୁ ଭୋଟ ଦେଲେ ଲୋକେ . ଯାହା ବିଜେପିକୁ ଶକ୍ତ ଝଟକ ଦେଇଛି . ଏବେ ବିଜେପି ନେତା ମାନେ ତୃଣମୂଳ ସ୍ତରରେ କିପରି ସଂଗଠନକୁ ମଜବୁତ କରିବେ ତାକୁ ନେଇ ଚିନ୍ତା ବଢ଼ିଯାଇଛି .
ଅପରପକ୍ଷେ ମୁଖ୍ୟମନ୍ତ୍ରୀଙ୍କୁ ବିଭିନ୍ନ ସମୟରେ ଲୋକ ଗହଣରେ ଦେଖିବାକୁ ମିଳୁଛି . ବିଭିନ୍ନ ମହୋତ୍ସବ ରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ନିଜର ଜନସମ୍ପର୍କ ବଢ଼ାଉଛନ୍ତି . ହେଲେ ତୃଣମୂଳ ସ୍ତରରେ ଏହାର ବିଫଳତା ପରିଲକ୍ଷିତ ହୋଇଛି . ଶେଷରେ ଜିତିଲେ ନବିନ . ୭ଟି ଆସନରେ ବିଜେଡ଼ି କଲା ବାଜିବାତ୍ . ଆଉ ଫିକା ପଡ଼ିଲା ମୋହନ କ୍ରେଜ . ହେଲେ ଗୋଟିଏ ମାତ୍ର ନର୍ବିାଚନ ଏହି ଧାରଣାକୁ ଭୁଲ ପ୍ରମାଣିତ କରିଥିବା କୁହାଯାଉଛି . ଯେଉଁଥିରେ ବିଜେଡ଼ି ୭ଟି ଆସନରେ ବିଜୟ ଲାଭ କରିଥିବା ବେଳେ ବିଜେପି ମାତ୍ର ୧ ଆସନ ପାଇ ସନ୍ତୁଷ୍ଟ ହୋଇଛି .ତେବେ ଯାଜପୁର ନିୟନ୍ତ୍ରୀତ ବଜାର କମିଟି ବା ଆରଏମସିର ନିର୍ବାଚନ ୧୪ବର୍ଷ ପରେ କରିବା ପାଇଁ ନୂଆ ସରକାର ନିଷ୍ପତି ନେଇ ଥିଲେ ସରକାର . ନିର୍ବାଚନରେ ବିଜେଡ଼ି ଏକତରଫା ବିଜୟୀ ହୋଇଛି . ମୋଟ କୃଷକ ନିର୍ବାଚନ ମଣ୍ଡଳୀରୁ ୮ଟି ଆସନ ପାଇଁ ଭୋଟ ଗ୍ରହଣ ଅନୁଷ୍ଠିତ ହୋଇଥିଲା . ସେଥିମଧ୍ୟରୁ ୭ଟି ଆସନ ବିଜେଡି ହାତକୁ ଯାଇଥିବା ବେଳେ ମାତ୍ର ଗୋଟିଏ ଆସନ ବିଜେପି ହାତକୁ ଯାଇଛି .
୨୦୨୫ ମାର୍ଚ୍ଚ ୮ତାରିଖରେ , ଅନ୍ତର୍ଜାତୀୟ ମହିଳା ଦିବସ ସହିତ ସୁଭଦ୍ରା ଯୋଜନା ଅଧୀନରେ ଓଡ଼ିଶାର ପ୍ରାୟ ୧କୋଟି ଯୋଗ୍ୟ ମହିଳା ୫୦୦୦ ଟଙ୍କାର ଦ୍ୱିତୀୟ କିସ୍ତି ପାଇବେ .ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନିକଟରେ ଏକ ବିବୃତିରେ କହିଛନ୍ତି ଯେ ଏହି ଯୋଜନା ସାତ ମାସରେ ୯୮ ଲକ୍ଷ ମହିଳାଙ୍କ ନିକଟରେ ପହଚିଛି ଏବଂ ୧କୋଟି ପଞ୍ଜିକରଣ ରେକର୍ଡ କରିଛନ୍ତି .