ସୁଭଦ୍ରା ବନାମ ଅପରାଜିତାଙ୍କ ମାନଭଞ୍ଜନ ପାଇଁ ଓଡିଶା ଆସୁଛନ୍ତି ମୋଦି !

ସୁଭଦ୍ରା ବନାମ ଅପରାଜିତାଙ୍କ ମାନଭଞ୍ଜନ ପାଇଁ ଓଡିଶା ଆସୁଛନ୍ତି ମୋଦି !

ଓଡିଶାରେ ହେବାକୁ ଯାଉଛି ରାଜନୀତିର ମହା ଯୁଦ୍ଧ । ଆଉ ଏହି ମହାଯୁଦ୍ଧରେ ସାମିଲ ହେଉଛନ୍ତି ଭାରତୀୟ ଜନତା ପାର୍ଟିର ନାୟକ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବା ପାଇଁ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାର ସାଧାରଣ ମହିଳାଙ୍କୁ ସୁଭଦ୍ରାର ଆଖ୍ୟା ଦିଆଯାଇ ଏହି ଯୋଜନାର ଶୁଭାରମ୍ଭ କରାଯାଇଛି ହେଲେ ଚର୍ଚ୍ଚା ଏଠି କିଏ ସେହି ଅସଲି ସୁଭଦ୍ରା । । କାହା ପାଇଁ ଓଡିଶା ଆସୁଛନ୍ତି ମହାନାୟକ । ହଁ ଆଜ୍ଞା ଏଠାରେ ଅସଲି ସୁଭଦ୍ରା ହେଉଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ମ୍ୟାଡାମ । ରାଜ୍ୟ ରାଜନୀତିରେ ତାଙ୍କର ଅନୁପସ୍ଥିତିକୁ ନେଇ ଲାଗିରହିଥିଲା ଅନେକ ଚର୍ଚ୍ଚା । ସେହି ଚର୍ଚ୍ଚାରେ ଖୋଦ ସାଂସଦ ମ୍ୟାଡାମ ପୂର୍ଣ୍ଣଚ୍ଛେଦ ପକାଇ ସାରିଥିଲେ ମଧ୍ୟ ଅସଲି ସୁଭଦ୍ରାଙ୍କ ମାନଭଞ୍ଜନ କରିବା ପାଇଁ ଓଡିଶା ଗସ୍ତରେ ଆସୁଛନ୍ତି ଦେଶ ମୁଖିଆ । ଓଡିଶାରେ ପ୍ରଥମ ଥର ପାଇଁ ବିଜେପି ସରକାର ହେବା ପରେ ସରକାର ଭାଙ୍ଗିଯିବାର ଭୟ ଘାରିଛି ଦେଶ ମୁଖିଆଙ୍କୁ । ଓଡିଶାର ଜଣେ ପାୱାରଫୁଲ ତଥା ଫାୟାର ବ୍ରାଣ୍ଡ ନେତ୍ରୀ ଅପରାଜିତା କୁଆଡେ ସବୁଜ ରଙ୍ଗରେ ରଙ୍ଗେଇ ହେବେ ନେଇ ଅନେକ ଚର୍ଚ୍ଚା ଲାଗିରହିଥିଲା । ଯାହାର ସ୍ପଷ୍ଟତା ଗଣମାଧ୍ୟମ ସାମ୍ନାକୁ ଆସି ସାରିଥିଲେ ସୁଦ୍ଧା ଦଳୀୟ କର୍ମୀଙ୍କ ମଧ୍ୟରେ ଏହା ଗୁଞ୍ଜରିତ ହେଉଛି । କାହିଁକିନା କିଛ ଦିନ ପୂର୍ବେ ବିଜେପିରୁ ଅପରାଜିତାଙ୍କ ଖାସ ଲୋକଙ୍କ ପକ୍ଷଛେଦନ କରାଯାଇଛି । ଆଉ ଯାହାର ପ୍ରଭାବ ସିଧାସଳଖ ମ୍ୟାଡାମଙ୍କ ଉପରେ ପଡିଛି । ସେ ଦଳଛାଡିବା କଥା ଶୁଣି ମୋଦିଙ୍କୁ ଛାନିଆ ପଶିଛି । ସେଇଥିପାଇଁ ତ ମ୍ୟାଡାମଙ୍କ ମାନଭଞ୍ଜନ କରିବା ପାଇଁ ଓଡିଶା ଧାଇଁ ଆସୁଛନ୍ତି ନରେନ୍ଦ୍ର ମୋଦି । ତେବେ ରାଜ୍ୟବାସୀଙ୍କ ପାଇଁ ସୁଭଦ୍ରା ଯୋଜନାର ଟଙ୍କା ବାଣ୍ଟିବା ସହିତ ଅସଲି ସୁଭଦ୍ରାଙ୍କ ମାନଭଞ୍ଜନ କରିବା ପାଇଁ କେଉଁ ପେଡି ଖୋଲୁଛନ୍ତି ପ୍ରଧାନମନ୍ତ୍ରୀ ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *