ସୁଭଦ୍ରା ଯୋଜନାକୁ ନେଇ ଆସିଲା ସାଙ୍ଘାତିକ ତଥ୍ୟ । ସୁଭଦ୍ରା ଯୋଜନାର ଲାଭ ଉଠାଇବା ପାଇଁ ଆବେଦନ କରିଛନ୍ତି ୧୫୭ ଜଣ ପୁରୁଷ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଆଧାରକାର୍ଡ ଓ ବ୍ୟାଙ୍କ ଲିଙ୍କେଜ ଡାଟା ଆସିବା ପରେ ୧୫୭ ଜଣ ପୁରୁଷ ସୁଭଦ୍ରା ପାଇଁ ଆବେଦନ କରିଥିବା ଜଣାପଡିଛି । ତେବେ ସେମାନଙ୍କୁ ଏଥିରୁ ବାଦ୍ ଦିଆଯାଇଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏହାସହ ରାଜ୍ୟ ବାହାରେ କାମ ପାଇଁ ଯାଇଥିବା ଅନେକ ମହିଳା ଏଯାବତ ସୁଭଦ୍ରା ଯୋଜନା ପାଇଁ ଆବେଦନ କରିନଥିବା ମନ୍ତ୍ରୀ କହିଛନ୍ତି। ବିଶେଷକରି ଗଂଜାମ, ମୟୁରଭଞ୍ଜ, ଦେବଗଡ଼, ଅନୁଗୁଳ, ସମ୍ବଲପୁର, ବଲାଙ୍ଗୀର, କୋରାପୁଟର ମହିଳା ରାଜ୍ୟ ବାହାରକୁ ଯାଇଛନ୍ତି। ସେମାନଙ୍କୁ ଏହି ଯୋଜନା ସହ ଯୋଡିବା ପାଇଁ ବିଭାଗ କାମ କରୁଥିବା ପ୍ରଭାତୀ ପରିଡା କହିଛନ୍ତି।

You can share this post!
author