ଦିନକୁ ଦିନ ବଢିଚାଲିଛି ସୁଭଦ୍ରା ଯୋଜନା ପାଇଁ ଆବେଦନକାରୀଙ୍କ ସଂଖ୍ୟା । ଏଯାଏଁ ଏହି ଯୋଜନାର ଲାଭ ପାଇବା ପାଇଁ ୯୨ ଲକ୍ଷ ମହିଳା ଆବେଦନ କରିସାରିଥିବା ସୂଚନା ମିଳିଛି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏନେଇ ସୂଚନା ଦେଇଛନ୍ତି । ଆଉ ଏକ ସପ୍ତାହ ମଧ୍ୟରେ ଆବେଦନ ୧ କୋଟି ଛୁଇଁଯିବ , ଇ-କେୱାଇସି ପାଇଁ ଟିକେ ସମୟ ଲାଗୁଛି ବୋଲି ପ୍ରଭାତୀ ପରିଡା କହିଛନ୍ତି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ୨୫ ଲକ୍ଷ ୧୧ ହଜାର ମହିଳାଙ୍କୁ ପ୍ରଥମ କିସ୍ତି ଦିଆ ସରିଛି । ୧ କୋଟି ମହିଳାଙ୍କ ପାଖରେ ପହଞ୍ଚିବାକୁ ୪ ସ୍ଲାବ ରହିଛି । ସେହି ୧ କୋଟି ମହିଳାଙ୍କୁ ସୁନିଶ୍ଚିତ ଟଙ୍କା ମିଳିବ । ମାର୍ଚ୍ଚ ୮ ପୂର୍ବରୁ ପ୍ରଥମ କିସ୍ତି ସମସ୍ତ ହିତାଧିକାରୀଙ୍କୁ ଦିଆଯିବ । କିନ୍ତୁ ଦ୍ବିତୀୟ କିସ୍ତି ଏକକାଳୀନ ମହିଳା ଦିବସରେ ପ୍ରଦାନ କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ଆଗ ପଛ ହୋଇ ମହିଳାମାନେ ପ୍ରଥମ କିସ୍ତି ପାଇବେ । କିନ୍ତୁ ସମସ୍ତେ ନିଶ୍ଚିତ ପାଇବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

You can share this post!
author