ଓଡ଼ିଶା ଓ ଓଡ଼ିଆଙ୍କ ଖାଦ୍ୟରୁଚି ତାଲିକାରେ ପଖାଳର ସ୍ଥାନ ସ୍ୱତନ୍ତ୍ର । ଆଜି ବିଶ୍ୱ ପଖାଳ ଦିବସ ଅବସରରେ ସବୁଠି ଓଡିଶାର ପାରମ୍ପରିକ ଖାଦ୍ୟ ପଖାଳର ଆସର ଜମିଛି । ଜଟଣୀ ବିଧାୟକ ସୁର ରାଉତରାୟଙ୍କ ଘରେ ପଖାଳ ଦିବସକୁ ନେଇ ସ୍ୱତନ୍ତ୍ର ଆୟୋଜନ କରାଯାଇଥିଲା । ପଖାଳ ସାଙ୍ଗକୁ ପ୍ରସ୍ତୁତ ହୋଇଥିଲା ମନଲୋଭା ବ୍ୟଞ୍ଜନ । ଆମିଷ, ନିରାମିଷ ସହ ଭଳି କି ଭଳି ଖାଦ୍ୟର ପସରା ଖୋଲିଛନ୍ତି ବିଧାୟକ ସୁର ରାଉତରାୟ । ଓଡ଼ିଆଙ୍କ ଏହି ପ୍ରିୟ ଖାଦ୍ୟକୁ ବିଶ୍ୱର କୋଣଅନୁକୋଣରେ ଲୋକପ୍ରିୟ କରାଇବାକୁ ମାର୍ଚ୍ଚ ୨୦ ତାରିଖକୁ “ବିଶ୍ୱ ପଖାଳ ଦିବସ’ ଭାବେ ପାଳନ କରାଯାଉଛି ।

You can share this post!
author
Related Articles
ବିବାଦର ପାଚେରୀ ଭିତରେ ମନମୋହନ ସାମଲ !
- June 6, 2025
ପ୍ରଭାତୀଙ୍କ ଗୁମର ଖୋଲିଲେ ସମୀର…
- June 6, 2025
ନିମାପଡାରେ ନବୀନଙ୍କୁ ଟେକିଲେ ସମୀର …
- June 6, 2025