ସୁରମାଙ୍କ ତାଗିଦ ପରେ ବର୍ଷିଲେ ପ୍ରମିଳା

ସୁରମାଙ୍କ ତାଗିଦ ପରେ ବର୍ଷିଲେ ପ୍ରମିଳା

ବିଧାନସଭା ଅଧିବେଶନ ପୂର୍ବରୁ ବିରୋଧିଙ୍କୁ ବାଚସ୍ପତିଙ୍କ ତାଗିତ କରିବ|କୁ ନେଇ ଏବେ ସରଗରମ ରାଜନିତୀ . ଏହାର ଜବାବ ରଖିଛନ୍ତି ପ୍ରମିଳା ମଲ୍ଲିକ . ସେ କହିଛନ୍ତି ବାଚସ୍ପତି ମହୋଦୟା ନିଜ ଆସନର ପଦ ମର୍ଯ୍ୟାଦା ରକ୍ଷା କରନ୍ତୁ . ବିଧାନସଭାର ଏକ ପବିତ୍ର ଆସନ ହେଉଛି ବାଚସ୍ପତିଙ୍କ ଆସନ .ଯେଉଁଆସନ କୌଣସି ଦଳର ନୁହେଁ .ଏହା ସହିତ ପ୍ରମିଳା କହିଥିଲେ ବାଚସ୍ପତି ମହୋଦୟା ନିକଟରେ ବିଜେପି ଅଫିସକୁ ଯାଇଥିଲେ .ମୁଁ ୯ମାସ ବାଚସ୍ପତି ଥିବା ବେଳେ ଦିନେ ଶଙ୍ଖଭବନ ଆସିନାହିଁକି ନବୀନ ନିବାସ ଯାଇନାହିଁ . ହେଲେ ବାଚସ୍ପତି ମହୋଦୟା କିଭଳି ପଳେଇଲେ ବିଜେପି ଅଫିସକୁ ବୋଲି ସେ ପ୍ରଶ୍ନ କରିଥିଲେ .

ତେବେ ଚଳିତ ବିଧାନସଭାରେ ବୀରୋଧୀଙ୍କ ବିଶୃଙ୍ଖଳା ବରଦାସ୍ତ କରାଯିବାନି ବୋଲିକହିଛନ୍ତି ସୁରମା . ଯାହାକୁ ନେଇ ପ୍ରମିଳା ଏବେ ପୂରା ଖପ୍ପା .ସେଥିପାଇଁ ପ୍ରମିଳା ଏପରି ମନ୍ତବ୍ୟ ରଖିଛନ୍ତି .ତେବେ ବାଚସ୍ପତି ସୁରମାଙ୍କ ଏହି ନିଷ୍ପତି ପରେ ପ୍ରମିଳାଙ୍କ ଏପରି ବୟାନ ଏବେ ସାଧାରଣରେ ଖୁବ ଚର୍ଚ୍ଚା ହେଉଛି . ତେବେ ଫେବୃୟାରୀ ୧୩ ତାରିଖରୁ ସପ୍ତାଦଶ ବିଧାନସଭାର ତୃତୀୟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି .ଏଥିରେ ରହିଛି ୨୮ଟି କାର୍ଯ୍ୟ ଦିବସ .ଆଉ ଏଥିପାଇଁ ବିରୋଧୀଙ୍କୁ ବାଚସ୍ପତି କଡ଼ା ଚେତାବନୀ ଦେଇଛନ୍ତି .

author

Related Articles

Leave a Reply

Your email address will not be published. Required fields are marked *