ସୁରୁଖୁରୁରେ ଚାଲିପାରୁନି ଗୃହ…ପୋଡିୟମ ତଳେ ନାରାବାଜି କଲେ ବିଧାୟକ

ସୁରୁଖୁରୁରେ ଚାଲିପାରୁନି ଗୃହ…ପୋଡିୟମ ତଳେ ନାରାବାଜି କଲେ ବିଧାୟକ

ନଭେମ୍ୱର 26 ତାରିଖରୁ ବିଧାନସଭା ଅଧିବେଶନ ଆରମ୍ଭ ହୋଇଛି । ଆଜି ଗୃହକାର୍ଯ୍ୟ ଆରମ୍ଭରୁ ଗୃହରେ ଆରମ୍ଭ ହୋଇଯାଇଛି ହଟ୍ଟଗୋଳ । ସୁରୁଖୁରୁରେ ପ୍ରଶ୍ନକାଳ ଚାରିପାରିଲା ନାହିଁ । କଂଗ୍ରେସ ପକ୍ଷରୁ ଦିଆଯାଇଥିବା ପୋଲାଭରମ ପ୍ରସଙ୍ଗରେ ମୁଲତବୀ ଅଗ୍ରାହ୍ୟ ହେବାରୁ ବିରୋଧି କଂଗ୍ରେସ ବିଧାୟକ ମାନେ ହଟ୍ଟଗୋଳ କରିଥିଲେ । ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିବା ସହିତ ବାଚସ୍ପତିଙ୍କ ପୋଡିୟମ ତଳେ ନାରାବାଜି କରିଥିଲେ ବିଧାୟକ ଗଣ । ଯାହା ଫଳରେ ବାଚସ୍ପତି ଗୃହକୁ ଅଧଘଣ୍ଟା ପାଇଁ ମୁଲତବୀ ଘୋଷଣା କରିଥିଲେ ।

author

Related Articles

Leave a Reply

Your email address will not be published. Required fields are marked *