
ଅଣସର ଘରେ ଶ୍ରୀଅଙ୍ଗ ଲାଗି ପାଇଁ କବିରାଜଙ୍କ ଘରୁ ଗଲା ଦଶମୂଳ | ସନ୍ଧ୍ୟାଧୂପ ପରେ ଆରମ୍ଭ ହେବ ଏହି ସବୁ ନୀତି । ଜୟ ଜଗନ୍ନାଥ ଧ୍ୱନୀରେ ପ୍ରକମ୍ପିତ ହେବ ଶ୍ରୀ ମନ୍ଦିର ପରିବେଶ।ଏହାପରେ ଲାଗି କରାଯାଇ ସର୍ବାଙ୍ଗ ଚନ୍ଦନ ଲାଗି କରାଯିବ। ସେପଟେ ଆସନ୍ତା କାଲି ଦ୍ୱାଦଶୀ ତିଥିରେ ସକାଳଧୂପ ପରେ ମହାପ୍ରଭୁଙ୍କ ସୁସ୍ଥ ହେବା ଖବର ନେଇ ଶ୍ରୀନଅରକୁ ରାଜ ପ୍ରସାଦ ବିଜେ କରିବେ ଦଇତାପତି ସେବାୟତ। ଆଉ ତାପର ଦିନ ତ୍ରୟୋଦଶୀ ତିଥିରେ ଘଣାଲାଗି ନୀତି ମଙ୍ଗଳଆଳତୀ ପୂର୍ବରୁ ଶେଷ କରାଯିବ।