ସୂର୍ଯ୍ୟବଂଶୀଙ୍କ ଭାଇରାଲ ଭିଡିଓ..ଧରାପଡିଲା ସବୁ ସତ !

ସୂର୍ଯ୍ୟବଂଶୀଙ୍କ ଭାଇରାଲ ଭିଡିଓ..ଧରାପଡିଲା ସବୁ ସତ !

କାହିଁକି କଳିଙ୍ଗ ଷ୍ଟାଡିୟମ ରନିଙ୍ଗ ଟ୍ରାକ ଉପରେ ଗଡିଥିଲା ମନ୍ତ୍ରୀଙ୍କ ଗାଡି ? କାଚୁଥିଲା ନିଧୁମ ବର୍ଷା କଣ ହୋଇଥିଲା ସେଦିନର ଘଟଣା ? କ୍ରୀଡାମନ୍ତ୍ରୀଙ୍କ ଉପରେ ବିରୋଧି ଦଳର ଆପେକ୍ଷ ଭିଡିଓ ଭାଇରାଲ ପଛର ସତ କହିଲେ ସୂର୍ଯ୍ୟବଂଶୀ । ହଁ ଆଜ୍ଞା କିଛି ଦିନ ପୂର୍ବରୁ କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ଭିଡିଓ ଭାଇରାଲ ହେବା ପରେ ଆରମ୍ଭ ହୋଇଯାଇଥିଲା ରାଜନୈତିକ ବୟାନ ବାଜି ।

କଳିଙ୍ଗ ଷ୍ଟାଡିୟମର ରନିଙ୍ଗ ଟ୍ରାକ ଉପରେ ମନ୍ତ୍ରୀଙ୍କ ଗାଡି କେଉଁ ପରିସ୍ଥିତିରେ ଗଡିଥିଲା ବୋଲି ପ୍ରଶ୍ନ କରିଥିଲେ ପୂର୍ବତନ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା । ଯାହାର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଏହା ଏକ ଗୋପନୀୟ କଥା । ଯେଉଁଥିପାଇଁ ଗାଡି କଳିଙ୍ଗ ଷ୍ଟାଡିୟମର ଟ୍ରାକ ଉପରକୁ ଆଣିବାକୁ ବାଧ୍ୟ ହୋଇଥିଲେ । ବାସ୍ତବିକ ଘଟଣା କଣ ଘଟିଥିଲା ତାହା ବିଷୟରେ ବିସ୍ତୃତ ଭାବରେ ନ କହି କିଛି ମେଡିକାଲ ଏମର୍ଜିନ୍ସ ଓ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିବା କଥା କହିଛନ୍ତି କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ।

ତେବେ ପ୍ରଶ୍ନ ଉଠୁଛି କଣ ସେହି ଗୋପନୀୟ କଥା ଯାହା ଗଣମାଧ୍ୟମ ସାମ୍ନାରେ କହିବାକୁ ଉଚିତ ମନେକଲେ ନାହିଁ ସୂର୍ଯ୍ୟବଂଶୀ । ପୂର୍ବତନ କ୍ରୀଡାମନ୍ତ୍ରୀ ତଥା ବିଜେଡି ବିଧାୟକ ତୁଷାରକାନ୍ତି ବେହେରା ମନ୍ତ୍ରୀଙ୍କୁ ସମାଲୋଚନା କରିବା ସହ ଏହାର ଉତ୍ତର ମାଗିଥିଲେ । କିନ୍ତୁ ଜବାବରେ କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏପରି କିଛି କଥା କହିଥିଲେ ।

ତେବେ ଭାଇରାଲ ହେଉଥିବା ଭିଡିଓଟିରେ ଦୁଇଟି ଧଳା ରଙ୍ଗର ଗାଡି ରନଙ୍ଗି ଟ୍ରାକ ଉପରେ ଗଡୁଛି ଏବଂ ସେଠାରେ କିଛି ଲୋକ ଠିଆ ହୋଇ ରହିଥିଲେ । ତେବେ ମନ୍ତ୍ରୀଙ୍କ ଏପରି ଉତ୍ତର ପରେ ପୂର୍ବତନ ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଥିଲେ କି ନବୀନ ସରକାରଙ୍କ ସମୟରେ ଏପରି କିଛି ହୋଇନଥିଲା । ଖୋଦ ମୁଖ୍ୟମନ୍ତ୍ରୀ ଥିବା ସମୟରେ ନବୀନ ପଟ୍ଟନାୟକ ରନିଙ୍ଗ ଟ୍ରାକ ବାହାରେ ଗାଡି ରଖି ଯାଉଥିଲେ । ତେବେ କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଲା ତାହାର ଫର୍ଦ୍ଧାଫାସ ହେଉଛି ନା ଏହି ଘଟଣା ଏହିଠାରେ ହିଁ ଶେଷ ସମାପ୍ତ ହୋଇଯାଉଛି ତାହାର ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *