ଆଜି ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ସୋନପୁର ଜଗନ୍ନାଥ ମନ୍ଦିର ରତ୍ନବେଦୀ ଛାଡ଼ି ବାହାରି ପଡିଛନ୍ତି ଚତୁର୍ଦ୍ଧା ବିଗ୍ରହ ଜଗନ୍ନାଥ, ସୁଭଦ୍ରା, ଭଳଭଦ୍ର ରଥାରୁଢ଼ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ। ଅଗଣିତ ଭକ୍ତ ଙ୍କ ମଧ୍ୟରେ ବ୍ରାହ୍ମଣ ସେବାୟତ ମାନେ ଦାରୁ ଦିଅଁ ଙ୍କୁ ପହଣ୍ଡି କରି ପାଛୋଟି ନେଇ ଯାଉଛନ୍ତି ରଥ ସୁସଜ୍ଜିତ ରଥ ଅଭିମୁଖେ। ପ୍ରଶାସନ ତରଫରୁ ଭଜନ କୀର୍ତ୍ତନ ର ବ୍ୟବସ୍ଥା ହୋଇଛି।ପୋଲିସ ପ୍ରଶାସନ ଭିଡ଼ ନିୟନ୍ତ୍ରଣ କରି ଶାନ୍ତି ଶୃଙ୍ଖଳାରେ କିପରି ରଥଖଳା କୁ ଭଗବାନ ପହଂଚି ରଥ ରେ ଭକ୍ତ ଙ୍କୁ ଦର୍ଶନ ଦେବେ ଦାରୁବ୍ରହ୍ମ ସେଥିପାଇଁ ଏସ ଡିପିଓ, ଥାନା ଅଧିକାରୀ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ପ୍ରତ୍ୟେକ ରଥ ର ସୁରକ୍ଷା ଦାୟିତ୍ବ ଜଣେ ଜଣେ ଏ ଏସ ଆଇ ଙ୍କ ସହ ପୋଲିସ ବାହିନୀ ନିଯୁକ୍ତି ହୋଇଥିବା ଜଣା ପଡ଼ିଛି। ରଥ ଯାତ୍ରା ଛୁଆଙ୍କ ଖେଳନା ପସରା ସାଙ୍ଗକୁ ସୋନପୁର ମହାରଣା ପଡ଼ା ର କାରିଗରକାଠ ରେ ତିଆରି କରୁଥିବା ଦାରୁ ବିଗ୍ରହ୍ ବିକ୍ରି କରୁଥିବା ଦେଖିବାକୁ ମିଳିଥିଲା। କାଳିଆ ପାଇଁ ସ୍ଥାନେ ସ୍ଥାନେ ଭକ୍ତ ତୁଳସିମାଳ, ପଦ୍ମଫୁଲ କିଣୁଥିବା ଦେଖିବାକୁ ମିଳିଥିଲା।ଆସନ୍ତା କାଲି ଦିନ ୩ ଟା ପରେ ରେ ରଥଟଣା କାର୍ଯ୍ୟକ୍ରମ ହେବା ନେଇ ସୂଚନା ମିଳିଛି।

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ବରଗଡ ପୋଲିସକୁ ବଡ ସଫଳତା..
- June 3, 2025