ସୋଫିଆଙ୍କୁ ଅପମାନ କାଠଗଡାରେ ବିଜେପି ମନ୍ତ୍ରୀ !

ସୋଫିଆଙ୍କୁ ଅପମାନ କାଠଗଡାରେ ବିଜେପି ମନ୍ତ୍ରୀ !

ସୀମା ଟପିଲେ ବିଜେପି ମନ୍ତ୍ରୀ
କର୍ନେଲ ସୋଫିଆଙ୍କ ନାଁରେ ବିବାଦୀୟ ବୟାନ ଦେଇ ଫସିଲେ ମନ୍ତ୍ରୀ
କଟାକ୍ଷ କଲେ ସୁପ୍ରିମକୋର୍ଟ,ମୁହଁ ଲୁଚାଇଲେଣି ମନ୍ତ୍ରୀ

ମନ୍ତ୍ରୀଙ୍କ ବିବାଦୀୟ ବୟାନ ମୁହଁ ଲୁଚାଇଲେଣି ମୋହନ-ମୋଦି । ନିଜର ବିବାଦୀୟ ବୟାନ ପାଇଁ ଫସିଲେ ମଧ୍ୟପ୍ରଦେଶର ମନ୍ତ୍ରୀ ବିଜୟ ସାହା । କର୍ଣ୍ଣେଲ ସୋଫିଆ କ୍ୟୁରେସିଙ୍କୁ ନେଇ ମନ୍ତ୍ରୀ ବିଜୟ ସାହା ଯେଉଁଭଳି ମନ୍ତବ୍ୟ ଦେଉଛନ୍ତି ତାହା ସାରା ଭାରତର ଲୋକଙ୍କୁ ଲଜ୍ଜିତ କରିଛି । ଅପରେସନ ସିନ୍ଦୂରରେ ମୁଖ୍ୟ ଭୂମିକା ନିଭାଇଥିବା କର୍ଣ୍ଣେଲ ସୋଫିଆ କ୍ୟୁରେସିଙ୍କୁ ମନ୍ତ୍ରୀ କହିଛନ୍ତି ଆତଙ୍କବାଦୀଙ୍କ ଭଉଣୀ । ଏନେଇ ସୁପ୍ରିମକୋର୍ଟ ମନ୍ତ୍ରୀ ବିଜୟ ଶାହାଙ୍କୁ କଟାକ୍ଷ କରିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଜଣେ ମନ୍ତ୍ରୀ ପଦବୀରେ ଥାଇ ଏଭଳି ବୟାନ ଦେବା ମନ୍ତ୍ରୀ ପଦବୀର ଗାରିମାକୁ ନଷ୍ଟ କରୁଛି । ସାମ୍ୱିଧାନିକ ପଦରେ ବସିଥିବା ଜଣେ ବ୍ୟକ୍ତିଠାରୁ ଏଭଳି ଆଚରଣ ଆଶା କରାଯାଏ ନାହିଁ । ଯେଉଁ ସମୟରେ ଦେଶ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ସେ ସମୟରେ ମନ୍ତ୍ରୀଙ୍କ ବୟାନ ସାରା ଦେଶ ବାସୀଙ୍କୁ ଲଜ୍ଜିତ କରିଛି ।

ତେବେ ମନ୍ତ୍ରୀଙ୍କ କଥା ଭାଇରାଲ ହେବା ପରେ ସୁପ୍ରିମକୋର୍ଟରେ ପହଞ୍ଚିଥିଲେ ମନ୍ତ୍ରୀଙ୍କ ଓକିଲ । ଏନେଇ ସୁପ୍ରିମକୋର୍ଟରେ ମନ୍ତ୍ରୀଙ୍କ ବୟାନକୁ ବଢେଇ ଚଢେଇ ପ୍ରସାର କରୁଥିବା ଅଭିଯୋଗ କରିଛନ୍ତି ମନ୍ତ୍ରୀଙ୍କ ଓକିଲ । ତେବେ ମନ୍ତ୍ରୀ ବିଜୟ ଶାହା ଏନେଇ କ୍ଷମା ପ୍ରାର୍ଥନା କରିସାରିଥିଲେ ସୁଦ୍ଧା କର୍ଣ୍ଣେଲ ସୋଫିଆ କ୍ୟୁରେସିଙ୍କୁ ଅପମାନ ମନ୍ତ୍ରୀଙ୍କୁ ମହଙ୍ଗା ପଡିଛି । ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଏନେଇ ଭାରତୀୟ ଜନତା ପାର୍ଟି ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମନ୍ତ୍ରୀ ବିଜୟ ଶାହାଙ୍କୁ ଟାର୍ଗେଟ କରିଛନ୍ତି ।

କେବଳ ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ନୁହଁନ୍ତି ବରଂ ଦେଶର କୋଣଅନୁକୋଣରୁ ଏବଂ ରାଜନୈତିକ ମହଲରେ ମଧ୍ୟ ମନ୍ତ୍ରୀଙ୍କ ଏଭଳି ବୟାନକୁ ନିନ୍ଦା କରାଯାଉଛି ।

author

Related Articles

Leave a Reply

Your email address will not be published. Required fields are marked *