ସୋସିଆଲ ମିଡିଆରେ ନବୀନ ଲେଖିଲେ ଏମିତି…

ସୋସିଆଲ ମିଡିଆରେ ନବୀନ ଲେଖିଲେ ଏମିତି…

ପ୍ରଣବଙ୍କୁ ଆକ୍ରମଣ, ସହିପାରିଲେନି ନବୀନ । ନିଜ ଦଳର ନେତାଙ୍କ ପାଇଁ ଷ୍ଟାଣ୍ଡ ନେଲେ ନବୀନ । ସୋସିଆଲ ମିଡିଆରେ ପୋଷ୍ଟ କରି ମୋହନ ସରକାରଙ୍କୁ କଲେ ଘୋର ନିନ୍ଦା । ହଁ ଆଜ୍ଞା, ଗତକାଲି ଯାଜପୁର ଧର୍ମଶାଳାରେ ବିଜେଡିର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପରକୁ ସଙ୍ଘବଦ୍ଧ ଆକ୍ରମଣ ହୋଇଥିଲା । କିଛି ଯୁବକ ପ୍ରଣବଙ୍କ ଗାଡିକୁ ଭଙ୍ଗାରୁଜା କରିବା ସହ ତାଙ୍କୁ ଆକ୍ରମଣ କରିଥିଲେ । ଯାହାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା । ଏହାକୁ ନେଇ ରାଜନୈତିକ ବୟାନବାଜି ଲାଗି ରହିବା ସହ ବିରୋଧୀ ଏବଂ ଶାସକ ଦଳ ମୁହାଁମୁହିଁ ହୋଇଥିଲେ । ଏବଂ ଏବେ ବି ଏହି ଘଟଣାକୁ ନେଇ ମାହୋଲ ସରଗରମ ରହିଛି ।

ଅନ୍ୟପଟେ ଏହି ଘଟଣାକୁ ନେଇ ମୋହନ ସରକାରଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜ ଏକ୍ସ ହ୍ୟାଣ୍ଡେଲରେ ଏକ ପୋଷ୍ଟ କରି ସେ କହିଛନ୍ତି ଯେ, ଧର୍ମଶାଳାର ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳର ଯୁବ ନେତା ଶ୍ରୀ ପ୍ରଣବ ବଳବନ୍ତରାୟଙ୍କ ଉପରେ ଖୋଲା ଦିବାଲୋକରେ ସଂଘବଦ୍ଧ ଆକ୍ରମଣ ରାଜ୍ୟରେ ବିପର‌୍ୟ୍ୟସ୍ତ ଆଇନଶୃଙ୍ଖଳାକୁ ଦର୍ଶାଉଛି। ଜନପ୍ରତିନିଧିମାନେ ଯଦି ରାଜ୍ୟରେ ଅସୁରକ୍ଷିତ, ତେବେ ସାଧାରଣ ଲୋକଙ୍କ ସୁରକ୍ଷା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଅସାମାଜିକ ବ୍ୟକ୍ତି ତଥା କାର‌୍ୟ୍ୟକଳାପକୁ ରୋକିବାରେ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା, ସ୍ଥାଣୁ ତଥା ଏକପାଖିଆ ମନୋଭାବ ଏପରି ଘଟଣାକୁ ଆହୁରି ପ୍ରୋତ୍ସାହିତ କରୁଛି। ସରକାର ରାଜନୈତିକ ହିଂସାକୁ ପ୍ରୋତ୍ସାହିତ ନ କରି ତୁରନ୍ତ କଠୋର କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ।

ତେବେ ମିଳିଥିବା ସୂଚନା ଅନୁସାରେ, ରବିବାର ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ଆରୁହା ପଞ୍ଚାୟତରେ ଚାଲିଥିବା ମାଆ ହିଙ୍ଗୁଳା ଯଜ୍ଞକୁ ଯାଉଥିଲେ । କିନ୍ତୁ ଏହି ସମୟରେ ପ୍ରାୟ ୫୦ ଜଣ ଯୁବକ ପ୍ରଣବଙ୍କୁ ଆକ୍ରମଣ କରିଥିଲେ । ଗାଡିକୁ ଭଙ୍ଗାରୁଜା କରିଥିଲେ । ଘଟଣାସ୍ଥଳରେ ପ୍ରଣବଙ୍କ ସମର୍ଥକ ଏବଂ ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ । ପରେ ପ୍ରଣବଙ୍କ ସମର୍ଥକ ଧର୍ମଶାଳା ଥାନାରେ ଏସଡିପିଓଙ୍କ ଉପସ୍ଥିତିରେ ଅଭିଯୋଗ କରିଥିଲେ । ଏବଂ ଯଜ୍ଞକୁ ଯିବା ପୂର୍ବରୁ ତାଙ୍କୁ ବିରୋଧ କରାଯିବା ନେଇ ପ୍ରଣବ ଏସପିଙ୍କୁ ଜଣାଇଥିବା କହିଥିଲେ । ତଥାପି ଏପରି ଉତ୍ତେଜନା ସୃ୍‌ଷ୍ଟି ହୋଇଛି । ଅନ୍ୟପଟେ ଏହାକୁ ନେଇ ଧର୍ମଶାଳା ବିଧାୟକ ହିମାଂଶୁ ସାହୁ ଓଲଟା ବିଜେଡି ଉପରେ ଦୋଷ ଠେଲିଛନ୍ତିା ସେ କହିଛନ୍ତି ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଲାଗିଛି ଏବଂ ପୋଲିସଙ୍କୁ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ନେଇ ସେ ନିର୍ଦ୍ଦେଶ ଦେଇଛନ୍ତି ବୋଲି । କିନ୍ତୁ ଏହା ପଛରେ ଖୋଦ ଧର୍ମଶାଳା ବିଧାୟକଙ୍କ ହାତ ଥିବା ବିରୋଧୀ ଅଭିଯୋଗ କରୁଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *