ସୌମ୍ୟ ଓ ବଦ୍ରିଙ୍କ ସମର୍ଥକ ମୁହାଁମୁହିଁ…

ସୌମ୍ୟ ଓ ବଦ୍ରିଙ୍କ ସମର୍ଥକ ମୁହାଁମୁହିଁ…

ରୋଚକ ମୋଡକୁ ଗତି କରୁଛି ଘଷିପୁରାର ନିର୍ବାଚନୀ ମାହୋଲ । ଘଷିପୁରାରେ ବିଜେଡି ବିଧାୟକ ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ରଙ୍କ ସମର୍ଥକଙ୍କ ଗୁଣ୍ଡାଗର୍ଦ୍ଧି ବଢିବାରେ ଲାଗିଛି । ବଦ୍ରି ସମର୍ଥକଙ୍କ ଆକ୍ରମଣରେ ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକଙ୍କ ସମର୍ଥକ ଆହତ ହୋଇଛନ୍ତି । ଆହତ ବ୍ୟକ୍ତି ହେଲେ ବସନ୍ତ ଚକ୍ର । ଘଷିପୁରା ବ୍ଲକ ପଣ୍ଡୁଆ ପଂଚାୟତରେ ଏହି ଆକ୍ରମଣ ହୋଇଛି । ଖବର ଅନୁସାରେ, ବସନ୍ତ ଚକ୍ର କୁକୁଡା ଫାର୍ମାରେ ଥିବା ସମୟରେ ୫ରୁ ୭ ଜଣ ବ୍ୟକ୍ତି ଆକ୍ରମଣ କରିଥିଲେ । ଆକ୍ରମଣରେ ବସନ୍ତ ଚକ୍ରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ବସନ୍ତ ଚକ୍ରଙ୍କୁ ସାଇଁକୂଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଘଟଣା ପରେ ହସପିଟାଲରେ ପଂହଚି ସ୍ୱାସ୍ଥାବସ୍ଥା ପଚାରି ବୁଝିଛନ୍ତି ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକ । ଥାନା ଆଇଆଇସି ବି ପଂହଚି ତଦନ୍ତ କରିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *