ସ୍କୁଲ ଶୌଚାଳୟ ନିର୍ମାଣରେ ଦୁର୍ନୀତି

ସ୍କୁଲ ଶୌଚାଳୟ ନିର୍ମାଣରେ ଦୁର୍ନୀତି

ହାଇସ୍କୁଲରେ ନିର୍ମାଣ ହେଉଛି ସମଗ୍ର ଶିକ୍ଷା ଅଭିଯାନର ଶୌଚାଳୟ । ନିମ୍ନମାନ କାମ ସାଙ୍ଗକୁ ପୁରୁଣା ମାଟି ଇଟାରେ ତିଆରି ହେଉଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।
ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ କାଳିମେଘି ଜାଗିଲିପଦର ଉଚ୍ଚ ବିଦ୍ୟାଳୟରୁ ଆସିଛି ଏଭଳି ଅଭିଯୋଗ। ସମଗ୍ର ଶିକ୍ଷା ଅଭିଯାନରେ ୩ ଲକ୍ଷ ୧୦ ହଜାର ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଉକ୍ତ ଶୌଚାଳୟ ବେନିୟମ ଭାବେ ହେଉଥିବା ନେଇ ଅଭିଯୋଗ କରିଛନ୍ତି ।ସେପଟେ ସମଗ୍ର ଶିକ୍ଷା ଅଭିଯାନର ଯନ୍ତ୍ରୀ ଜଣେ ପୂର୍ବତନ ପ୍ରଧାନ ଶିକ୍ଷକଙ୍କୁ ଏହି ଠିକା ଦାୟିତ୍ବ ଦେଇଥିବାରୁ ବିଦ୍ଯାଳୟର ପରିଚାଳନା କମିଟି ଅସନ୍ତୋଷ ପ୍ରକାଶ କରିଛି ।ପୂର୍ବତନ ପ୍ରଧାନ ଶିକ୍ଷକ ଅଭିମନ୍ୟୁ ଜେନା ଏହି ବିଦ୍ୟାଳୟରେ ପୂର୍ବରୁ ପ୍ରଧାନ ଶିକ୍ଷକ ଦାୟିତ୍ବରେ ଥିବା ବେଳେ ଫାଇବ୍ ଟି ରେ ଅନେକ ନିମ୍ନ ମାନର କାର୍ଯ୍ଯ କରିଥିଲେ। ଏଣୁ ତାଙ୍କୁ ପୁଣି ଏହି କାମର ଦାୟିତ୍ବ କିଏ ଦେଲା ବୋଲି ପ୍ରଶ୍ନ ଉଠିଛି । ବିଭାଗୀୟ ଅଧିକାରୀ ଏନେଇ ପଦକ୍ଷେପ ନ ନେଲେ ଭିଜିଲାନ୍ସ ର ଦ୍ବାରସ୍ଥ ହେବୁ ବୋଲି କହିଛନ୍ତି ବିଦ୍ଯାଳୟ ପରିଚାଳନା କମିଟି ଓ ସ୍ଥାନୀୟ ସରପଞ୍ଚ ।ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ପ୍ରଧାନ ଶିକ୍ଷକ।

author

Related Articles

Leave a Reply

Your email address will not be published. Required fields are marked *