କେନ୍ଦୁଝର ଜିଲା ଘସିପୁରା ନିର୍ବାଚନ ମଣ୍ଡଳୀର ବିଧାନସଭା କ୍ଷେତ୍ର ପାଇଁ ସ୍ଵାଧୀନ ପ୍ରାଥି ସୌମ୍ୟ ରଞ୍ଜନ ପଟ୍ଟନାୟକ ଆଜି ନାମାଙ୍କନ ଦାଖଲ କରିଛନ୍ତି। ଘସିପୁରା ଓ ଘଟଗାଁ ଅଞ୍ଚଳରୁ ସୌମ୍ୟ ଙ୍କ ଫ୍ୟନ୍ ଏକ ବିଶାଳ ରାଲିରେ ଆସିଥିଲେ। ପ୍ରାୟ କୋଡ଼ିଏ ହଜାରରୁ ଊର୍ଦ୍ଧ୍ୱ କର୍ମୀଙ୍କ ସମାଗମ ହୋଇଥିବା ପରିଲକ୍ଷିତ ହୋଇଥିଲା। ସୌମ୍ୟ ଙ୍କ ଏହି ବିରାଟ ବାଇକ ଶୋଭାଯାତ୍ରା ଜର୍ଦ୍ଦା ଠାରୁ ଆରମ୍ଭ ହୋଇଥିବା ବେଳେ ଶାଳପଡ଼ା ଷ୍ଟାଡିୟମ୍ ରେ ବିରାଟ ସମାବେଶ କରି ଶକ୍ତି ପ୍ରଦର୍ଶନ କରି ବଦ୍ରୀଙ୍କୁ ସିଧାସଳଖ ଟାର୍ଗେଟ କରିଥିଲେ। ପରେ ଖୋଲା ଗାଡ଼ିରେ ସମର୍ଥକଙ୍କ ସହ ଆନନ୍ଦପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ରିଟର୍ନିଂ ଅଫିସରଙ୍କ ନିକଟରେ ପହଞ୍ଚି ନାମାଙ୍କନ ଦାଖଲ କରିଥିଲେ। ଆନନ୍ଦପୁର ଉପଜିଲାପାଳ ଫାଲ୍ଗୁନୀ ମାଝିଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ସମ୍ପନ୍ନ ହେଉଥିବା ବେଳେ ଉପଖଣ୍ଡ ଅଧୀନ ବିଭିନ୍ନ ଥାନାର ପୋଲିସ କର୍ମଚାରୀ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ଓ ଟ୍ରାଫିକ ନିୟନ୍ତ୍ରଣ ଉପରେ ନଜର ରଖିଥିଲେ।

You can share this post!
author