ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ସୁକରପଡା ସ୍ଥିତ ଡାକବଙ୍ଗଳା ରେ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ମାହାଙ୍ଗା ଭାରତୀୟ ଯୁବ ମୋର୍ଚ୍ଚା ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମ ଦିବସ ଉପଲକ୍ଷେ ପାଳିତ ହେଉଥିବା ସେବା ସପ୍ତାହ ରେ ନିଶ୍ଚିନ୍ତକୋଇଲି ବ୍ଲକ ସୁକରପଡା ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ରେ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ କୁ ମାହାଙ୍ଗା ବିଜେପି ନେତା ସୁମନ୍ତ କୁମାର ଘଡେଇ ଯୋଗ ଦେଇ ଶିବିର କୁ ଉଦଘାଟନ କରିଥିଲେ । କେନ୍ଦ୍ରୀୟ ରକ୍ତ ଭଣ୍ଡାର ,କଟକ ପକ୍ଷରୁ ଆଜି ଶିବିର ରେ ୭୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା ବେଳେ ,ମାହାଙ୍ଗା ବିଜେପି ର ଯୁବ ମୋର୍ଚ୍ଚା ର କର୍ମକର୍ତ୍ତା ମାନେ ଲଗାଣ ବର୍ଷା ସତ୍ତ୍ୱେ ଉତ୍ସାହ ପୂର୍ଣ୍ଣ ଭାବେ ରକ୍ତ ଦାନ କରିଛନ୍ତି। କାର୍ଯ୍ୟକ୍ରମ ରେ କେନ୍ଦ୍ରାପଡା ବିଜେପି ସାଧାରଣ ସମ୍ପାଦିକା ମନୀଷା ପଣ୍ଡା, ମାହାଙ୍ଗା ବିଜେପି ପ୍ରଭାରୀ ଅସିତ ମହାନ୍ତି, ମାହାଙ୍ଗା ନିର୍ବାଚନ ମଣ୍ଡଳୀ ବିଜେପି ସହ ସଂଯୋଜକ ମୀନକେତନ ଦାସ, ଅସୁରେଶ୍ୱର ମଣ୍ଡଳ ବିଜେପି ସଭାପତି ପ୍ରଣବ କୁମାର ବେହେରା,ନିଶ୍ଚିନ୍ତକୋଇଲି ବ୍ଲକ ସାଂସଦ ଙ୍କ ପ୍ରତିନିଧି ମଳୟ ଘଡେଇ, କୁସୁପୁର ମଣ୍ଡଳ ବିଜେପି ସଭାପତି ଅହଲ୍ୟା ଜେନା, ଭଦ୍ରେଶ୍ୱର ମଣ୍ଡଳ ବିଜେପି ସଭାପତି ମଦନ ମୋହନ ଶତପଥୀ, ଭଦ୍ରେଶ୍ୱର ଯୁବମୋର୍ଚ୍ଚା ସଭାପତି ଆକାଶ ଦାସ, ସ୍ନେହାଂଶୁ ପରିଡା, ସତ୍ୟରଞ୍ଜନ ମିଶ୍ର, ଆଶୁତୋଷ ପଣ୍ଡା, ଅଜୟ ମହାପାତ୍ର, ଉତ୍କଳ ରଞ୍ଜନ ସ୍ୱାଇଁ, ତପନ ମଲିକ, ବିଭିନ୍ନ ପଞ୍ଚାୟତ ର ଯୁବ କାର୍ଯ୍ୟକର୍ତା ମାନେ ଯୋଗ ଦେଇ ରକ୍ତ ଦାତା ଙ୍କୁ ଉତ୍ସାହିତ କରିଥିଲେ।

author

Related Articles

Leave a Reply

Your email address will not be published. Required fields are marked *