ବୁଗୁଡ଼ା ବ୍ଲକ ବି.କରାଡ଼ାବାଡ଼ି ପଞ୍ଚାୟତର ପୁରୁଣା ଦଦରାଖୋଲ ଗ୍ରାମରେ ହଇଜା ବ୍ୟାପିଥିବା ଖବର ପ୍ରସାରଣ ପରେ ସ୍ଥିତି ଅନୁଧ୍ୟାନ ପାଇଁ ଦଦରାଖୋଲ ଗ୍ରାମକୁ ଗସ୍ତ କରିଥିଲେ ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ଓ ଏମଏସଏମଇ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ଗ୍ରାମକୁ ଯାଇ ଆକ୍ରାନ୍ତ ପରିବାରକୁ ଭେଟି ଓ ଆର ଏସ ଏବଂ କିଛି ଔଷଧ ବଣ୍ଟନ କରି ମେଡିକାଲ ଟିମ୍ ସହ ଆଲୋଚନା କରିଥିଲେ। ଗ୍ରାମର ପିଇବା ପାଣିର ନମୂନା ଦେଖିଥିଲେ । ଦୂଷିତ ପାଣି ପିଇ ହାଇଜା ବ୍ୟାପିଥିବା ମେଡିକାଲ ଟିମ୍ କହିବା ପରେ ତୁରନ୍ତ ଗ୍ରାମରେ ନୂତନ ନଳକୂପ ଖୋଲିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଫୋନ୍ ମାଧ୍ୟମରେ ଜଣାଇବାସହିତ ଗ୍ରାମ ପରିବେଶକୁ ସଫାସୁତାର ରଖି ଜଳାଶୟ ଗୁଡିକୁ ପରିଷ୍କାର କରିବାପାଇଁ ନିର୍ଦେଶ ଦେଇଛନ୍ତି

You can share this post!
author