ଭାରତୀୟ ହକି ଖେଳାଳି ବରୁଣ କୁମାରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ହୋଇଛି। ବେଙ୍ଗାଲୁରୁର ଜଣେ ୨୨ ବର୍ଷୀୟ ଯୁବତୀ ତାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ପୁଲିସ ସୂଚନା ଅନୁସାରେ, ବରୁଣ କୁମାର ତାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଗତ ୫ ବର୍ଷ ଧରି ବାରମ୍ବାର ଦୁଷ୍କର୍ମ କରିଥିବା ଯୁବତୀ ଜଣକ ନିଜ ଅଭିଯୋଗରେ କହିଛନ୍ତି। ମହିଳାଙ୍କ କହିବା ମୁତାବକ, ୨୦୧୯ରେ ଇନଷ୍ଟାଗ୍ରାମ ଜରିଆରେ ବରୁଣ କୁମାରଙ୍କ ସହ ତାଙ୍କର ଦେଖାସାକ୍ଷାତ ହୋଇଥିଲା। ସେହି ସମୟରେ ତାଙ୍କର ବୟସ ୧୭ ବର୍ଷ ଥିଲା। ଯୁବତୀ ଜଣଙ୍କ ଅଭିଯୋଗ ମୁତାବକ, ବରୁଣ ଯେତେବେଳେ ବି ବେଙ୍ଗାଲୁରୁ ସାଇ ଷ୍ଟାଡିୟମକୁ ମ୍ୟାଚ୍ ଖେଳିବା ପାଇଁ ଆସୁଥିଲେ ସେତେବେଳେ ସେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ। ପୀଡିତଙ୍କ ଅଭିଯୋଗ ଆଧାରରେ ବେଙ୍ଗାଲୁରୁ ପୁଲିସ ବରୁଣ କୁମାରଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରିଛି।

You can share this post!
author
Related Articles
ମୁହଁ ଖୋଲିଲେ ରୋହିତ୍
- March 11, 2025
ଭାରତ ପାଇଁ ଆସୁଛି ପରୀକ୍ଷାର ବେଳ !
- March 3, 2025
ଭାରତ-ପାକ୍ ଦମଦାର ଲଢେଇ..ଫ୍ରିରେ ମ୍ୟାଚ୍ ଦେଖାଉଛି ଏହି ଆପ୍…
- February 23, 2025