ବିଜେପି ସରକାରରେ ଅତିଷ୍ଠ ହେଲେଣି କି ସାଧାରଣ ଜନତା ? କାହିଁକି ବିଜେପି ନେତା ଏବଂ ମନ୍ତ୍ରୀଙ୍କୁ ମାନୁନାହାନ୍ତି ସାଧାରଣ ଲୋକେ ? ହଁ ଆଜ୍ଞା, କ୍ଷମତାରେ ଥାଇ ବି ଜଣଙ୍କ ପରେ ଜଣେ ବିଜେପି ନେତା ଏବଂ ମନ୍ତ୍ରୀ ସାଧାରଣ ଲୋକଙ୍କ ଆକ୍ରୋଶର ଶିକାର ହେଉଥିବା ଦୃଶ୍ୟ ସାମ୍ନାକୁ ଆସୁଛି । ପ୍ରଥମେ ମନ୍ତ୍ରୀ ହଟହଟା ହେଉଥିବାର ଦୃଶ୍ୟ ସାମ୍ନାକୁ ଆସିଥିଲା ଆଉ ଏବେ ସାଂସଦଙ୍କର ମଧ୍ୟ ସମାନ ସ୍ଥିତି ।
ତେବେ ନବରଙ୍ଗପୁର ସାଂସଦ ନବଚରଣ ମାଝୀଙ୍କୁ ସାଧାରଣ ଲୋକେ ବିରୋଧ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ପୂର୍ବରୁ ମଧ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ହଟହଟା ହୋଇଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ମନ୍ତ୍ରୀ ସରକାରକୁ ଆସିବାର ଶୁଭେଚ୍ଛା ଜଣାଇବାକୁ ଏକ ନିର୍ବାଚନମଣ୍ଡଳୀକୁ ଯାଇଥିବା ବେଳେ ସେଠାରେ ଅଞ୍ଚଳବାସୀ ମନ୍ତ୍ରୀଙ୍କୁ ନିଜର ଦାବି ଶୁଣାଇବାକୁ ପ୍ଲାକାର୍ଡ ଧରି ବସିଥିଲେ । ଏପରିକି ମନ୍ତ୍ରୀ ନିଜ ଭାଷଣ ଦେଉଥିବା ବେଳେ ନିଜ ନିଜ ଦାବି ଉଠାଇଥିଲେ । କିନ୍ତୁ ମନ୍ତ୍ରୀ ସବୁ ଜାଣିଛନ୍ତି କହି ସେମାନଙ୍କୁ ନଜର ଅନ୍ଦାଜ କରିଥିଲେ । ଏବଂ ପରେ ସେମାନଙ୍କୁ ନମସ୍କାର କରି ଚାଲିଯାଇଥିଲେ । ଆଉ ମନ୍ତ୍ରୀଙ୍କ ଏ ଆଚରଣକୁ ସାଧାରଣରେ ନିନ୍ଦା କରାଯିବା ସହ ଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଆଉ ଏବେ ସାଂସଦଙ୍କର ମଧ୍ୟ ସମାନ ସ୍ଥିତି ।
ଅନ୍ୟପଟେ ଏପରି ପରିସ୍ଥିତି ସୃଷ୍ଟି ହେବା ପଛରେ ବିଜେପିର ବଡ ବଡ ଭାଷଣ ଏବଂ ବୟାନ ବାଜି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି । କାହିଁକି ନା ବିଜେପି ସରକାରରେ ସାଧାରଣ ଲୋକଙ୍କ ଦୁଖ କହିଲେ ନସରେ । ସେ ଦରଦାମ ବୃଦ୍ଧିକୁ ନେଇ ହେଉ ବା କୌଣସି ସୁବିଧା ସୁଯୋଗକୁ ନେଇ ହେଉ । ସାଧାରଣ ଲୋକଙ୍କୁ କେବଳ ପ୍ରତିଶୃତି ପରେ ପ୍ରତିଶୃତି ମିଳୁଛି । କିନ୍ତୁ ସେ ପ୍ରତିଶୃତିକୁ ପୂରଣ କରିବାରେ ବିଜେପି ପଛଘୁଞ୍ଚା ଦେଉଥିବା ଅନେକ କ୍ଷେତ୍ରରେ ଦେଖିବାକୁ ମିଳୁଛି । ତେବେ ଦେଖାଯାଉ ଏହାକୁ ନେଇ ବିଜେପି ନେତାଙ୍କ ପ୍ରତିକ୍ରିୟା କଣ ରହୁଛି ଏବଂ ସାଧାରଣ ଜନତାଙ୍କ ପସନ୍ଦ ବିଜେପି ରହୁଛି ନା ନାହିଁ ତାହା ଦେଖିବାକୁ ଅପେକ୍ଷା ।