ହଠାତ ଆସିଲା ଫୋନ ବାହାରିଲେ ନବୀନ । ହଁ ଦର୍ଶକବନ୍ଧୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଏତେ ତରବରିଆ ଭାବେ ଦେଖି ଆପଣମାନେ ନିଶ୍ଚିନ୍ତ ଭାବୁଥିବେ କାହିଁକି ଓ କୁଆଡେ ଯାଉଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ହଠାତ କାହିଁକ୍ ପହଞ୍ଚିଲେ ବିଜେଡି ନବୀନ । ଏମିତି କଣ ଅସୁବିଧା ହୋଇଗଲା ଯେ ନବୀନଙ୍କୁ ତରବରିଆ ଭାବେ ଏକ ଘରୋଇ ହସ୍ପିଟାଲ ଯିବାକୁ ପଡିଲା । ତେବେ ଦର୍ଶକବନ୍ଧୁ ଆପଣମାନେ ସମସ୍ତ ଜାଣନ୍ତି ନିର୍ବାଚନରେ ପରାଜୟ ହେବା ପରେ ଏବେ ରାଜ୍ୟରେ ନବୀନଙ୍କ ଲୋକପ୍ରିୟତା କେଉଁଭଳି ଭାବରେ ରହିଛି । ପୂର୍ବ ଅପେକ୍ଷା ବର୍ତ୍ତମାନ ବିରୋଧି ଦଳ ନେତା ନବୀନ ପଟ୍ଟନାୟକଙ୍କ ଲୋକପ୍ରିତା ବେଶ ଅଧିକ ରହିଛି । ତେବେ ହଠାତ ନବୀନଙ୍କ ଏପରି ତରବରିଆ ଭାବେ ହସ୍ପିଟାଲ ଗସ୍ତ ଦେଖି ସାଧାରଣରେ ଅନେକ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା ।
ସୂଚନା ଅନୁଯାୟୀ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ତଥା ଭଟ୍ଟଲିର ପୂର୍ବତନ ବିଧାୟକଙ୍କ ସ୍ୱାସ୍ତ୍ୟ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି । ଏବେ ତାଙ୍କର ଚିକିତ୍ସା ଜାରି ରହିଛି । ଯାହା ଶୁଣିବା ପରେ ତାଙ୍କୁ ଭେଟିବା ପାଇଁ ଏକ ଘରୋଇ ହସ୍ପିଟାଲରେ ପହଞ୍ଚିଯାଇଥିଲେ ନବୀନ । ଟିକିଏ ଭଲକରି ନଜର ପକାନ୍ତୁ ଏହି ଭିଡିଓଟି ଉପରେ ନିଜର ସୁରକ୍ଷା କର୍ମୀଙ୍କ ସହିତ ହସ୍ପିଟାଲରେ ପହଞ୍ଚିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ସିଧା ଚାଲି ଚାଲି ଯାଇ ଆଇସିୟୁ ସୁଶାନ୍ତଙ୍କ ପାଖରେ ପହଞ୍ଚିଥିଲେ । ଏବଂ ତାଙ୍କର ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ ।
ଯଦିଓ ସୁଶାନ୍ତ ବିଜୁ ଜନତା ଦଳର ଜଣେ ଟାଣୁଆ ନେତା କିନ୍ତୁ କଥା ହେଉଛି ନିର୍ବାଚନରେ ପରାଜୟ ପରେ ସୁଶାନ୍ତଙ୍କୁ ସକ୍ରିୟ ରାଜନୀତିରେ ସେତେଟା ଦେଖିବାକୁ ମିଳୁନଥିଲା କି ନବୀନଙ୍କ ନୂଆ କମିଟିରେ ତାଙ୍କୁ କୌଣସି ଗୁରୁତ୍ୱପୂର୍ଣ୍ଣ ପଦପଦବୀ ମଧ୍ୟ ମିଳିନାହିଁ । ତେବେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ନେଇ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ଚିନ୍ତା ପ୍ରକଟ କରୁଥିବାର ଦେଖିବାକୁ ମିଳିଛି ।