ହଠାତ୍ ଡାକିଲେ ନବୀନ ଧାଇଁଲେ ନେତା !

ହଠାତ୍ ଡାକିଲେ ନବୀନ ଧାଇଁଲେ ନେତା !

ଶେଷ ପର୍ଯ୍ୟାୟରେ ବିଜେଡିର ସାଙ୍ଗଠନିକ ନିର୍ବାଚନ । ନବୀନଙ୍କ ଫୋକସରେ ବିଜେଡିର ତୁଙ୍ଗ ନେତା । ନୂଆ କମିଟିକେ କିଏ ହେବ ସାମିଲ କିଏ ପଡିବେ ବାଦ । ହଁ ଦର୍ଶକବନ୍ଧୁ ଏପ୍ରିଲ ମାସ ଶେଷ ପର୍ଯ୍ୟାୟରେ ବିଜେଡିର ସାଙ୍ଗଠନିକ ନିର୍ବାଚନ ଶେଷ ହେବା ମାତ୍ରେ ବିଜେଡି ସୁପ୍ରିମୋ ତଥା ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ନେଇପାରନ୍ତି ବଡ ନିଷ୍ପତ୍ତି । ନିର୍ବାଚନ ପରଠାରୁ ବିଜେଡିର ଗୋଟିଏ ପରେ ଗୋଟିଏ ଇଟା ଖସିବାରେ ଲାଗିଛି । ଦଳରେ ଅଣଦେଖା ହେଉଥିବା ଅଭିଯୋଗ କରି କିଛି ନେତା ଦଳ ଛାଡୁଛନ୍ତି ତ ଆଉ କିଛି ନେତା ନବୀନଙ୍କ ବିରୋଧରେ ମେଳି କଲେଣି । ସେପଟେ ସାଙ୍ଗଠନିକ ନିର୍ବାଚନ ମଧ୍ୟ ଚାଲିଛି ।

ଚର୍ଚ୍ଚା ଦଳର ତୁଙ୍ଗ ନେତା ଓ ଯୁବ ନେତାଙ୍କୁ ନେଇ ନୂଆ କମିଠି ଗଠନ କରିବେ ବିଜେଡି ସୁପ୍ରିମୋ । ନିର୍ବାଚନ ପରଠାରୁ ଏବେ ପର୍ଯ୍ୟନ୍ତ ବିଜେଡିର ରାଜ୍ୟ ସ୍ତରୀୟ କମିଟି ଗଠନ ହୋଇପାରି ନାହିଁ । ବରିଷ୍ଠ ନେତା ଦେବୀ ମିଶ୍ରଙ୍କ ଅଧକ୍ଷତାରେ ସମନ୍ୱୟ କମିଟି ମାଧ୍ୟମରେ ବିଜେଡିର କାର୍ଯ୍ୟ ପରିଚାଳନା ହେଉଛି ।

ବିଜେଡିର ନୂଆ ଟିମରେ କିଏ କେଉଁ ପଦବୀ ପାଇବେ ? କାହାକୁ ମିଳିବ ଦଳର ଉପସଭାପତି ଦାୟିତ୍ୱ ? ସାଙ୍ଗଠନିକ ସମ୍ପାଦକ ପଦବୀରେ କାହାକୁ ବସାଇବେ ବିଜେଡି ସୁପ୍ରିମୋ ? ନବୀନଙ୍କ ନୂଆ ଟିମରେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ,ପ୍ରଫୁଲ୍ଲ ସାମଲ ଓ ପ୍ରମିଳା ମଲ୍ଲିକଙ୍କୁ ଦାୟିତ୍ୱ ମିଳିପାରେ । ସେହିପରି ତୁଙ୍ଗ ନେତା ପ୍ରଣବ ପ୍ରକାଶ ଦାସ,ଅରୁଣ ସାହୁ,ଅତନୁ ସବ୍ୟସାଚ୍ଚୀ ନାୟକ,ପ୍ରତାପ ଦେବଙ୍କୁ ମଧ୍ୟ ବିଜେଡି ସୁପ୍ରିମୋ ବଡ ଦାୟିତ୍ୱ ଦେଇପାରନ୍ତି ।

ନିର୍ବାଚନକୁ 10 ମାସ ବିତିଯାଇଛି କିନ୍ତୁ ରାଜ୍ୟର ମୁଖ୍ୟ ବିରୋଧି ଦଳ ବିଜେଡି ଏବେ ନିଜ ଘର ସଜାଡିବାରେ ବ୍ୟସ୍ତ । ଖୋଦ ବିରୋଧି ଦଳ ନେତା ମଇଦାନକୁ ଓହ୍ଲାଉଛନ୍ତି ତୃଣମୂଳ ସ୍ତରରୁ ବିଜେଡିକୁ ସଙ୍ଗଠିତ କରି ରଖିବା ପାଇଁ ପ୍ରୟାସ ଜାରି କରିଛନ୍ତି । ଯାହା ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ପୁଣିଥରେ କ୍ଷମତାକୁ ଫେରିବାକୁ ସାହାଯ୍ୟ କରିପାରେ । ସେହିପରି ନବୀନଙ୍କ ଟିମରେ କେଉଁ ଛାମୁଆଙ୍କୁ ଗୁରୁତ୍ୱ ମିଳୁଛି ତାହା ଉପରେ ନଜର ରହିଛି ।

author

Related Articles

Leave a Reply

Your email address will not be published. Required fields are marked *