ପ୍ରଥମେ ବିଧାନସଭା ଗଲେ ଏହାପରେ ସିଧା ଯାଇ ନବୀନ ନିବାସରେ ପହଞ୍ଚିଗଲେ ଅଭିନେତା ବାବୁସାନ ମହାନ୍ତି । ହଁ ଆଜ୍ଞା ବାପା ଉତ୍ତମ ମହାନ୍ତିଙ୍କ ଏକାଦଶାହ କାର୍ଯ୍ୟରେ ଯୋଗଦେବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କଲେ ବାବୁସାନ । ପ୍ରଥମେ ଯାଇ ବିଧାନସଭା ପହଞ୍ଚିଥିଲେ ଅଭିନେତା ବାବୁସାନ ମହାନ୍ତି । ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ନିମନ୍ତ୍ରଣ କରିବା ପରେ ଗତକାଲି ନବୀନ ନିବାସରେ ପହଞ୍ଚିଛନ୍ତି ଓଲିଉଡ ସୁପରଷ୍ଟାର ବାବୁସାନ ମହାନ୍ତି । ଗତ ଫେବୃୟାରୀ 27 ତାରିଖରେ ଓଲିଉଡ ଜଗତର ତାରକା ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କର ଦିଲ୍ଲୀର ମେଦାନ୍ତ ହସ୍ପିଟାଲରେ ଦେହାନ୍ତ ହୋଇଥିଲା । ଲିଭର ସିରୋସିସ ରୋଗରେ ପୀଡିତ ଥିଲେ ଉତ୍ତମ ମହାନ୍ତି । ଏକ ଫିଲ୍ମର ସୁଟିଂ ସେଟରେ ସେ ଅସୁସ୍ଥ ହୋଇପଡିଥିଲେ ଏବଂ ଏହାପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବା ହେତୁ ତାଙ୍କୁ ସଙ୍ଗେ ସଙ୍ଗେ ଦିଲ୍ଲୀର ମେଦାନ୍ତ ହସ୍ସିଟାଲକୁ ଏୟାରଲିପ୍ଟ କରାଯାଇଥିଲା । ଆଉ ଶେଷରେ ଜୀବନ ଯୁଦ୍ଧରେ ହାର ମାନିଥିଲେ ଉତ୍ତମ । ଗତ ଫେବୃୟାରୀ 27 ତାରିଖରେ ସେ ତାଙ୍କର ପ୍ରାଣ ହରାଇଥିଲେ ଯାହା ପରେ ଓଲିଉଡ ଜଗତରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ତେବେ ଆସନ୍ତାକାଲି ଉତ୍ତମଙ୍କ ଦଶାହ ଅଟେ ଏବଂ ତାପରଦିନ ଏକାଦଶାହ । ଏକାଦଶାହ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନବୀନଙ୍କୁ ନିମନ୍ତ୍ରଣ କରିବାକୁ ନବୀନ ନିବାସ ଧାଇଁ ଆସିଥିଲେ ବାବୁସାନ ମହାନ୍ତି ।

You can share this post!
author