ହଠାତ୍ ହେଲା ବଡ ଘୋଷଣା…

ହଠାତ୍ ହେଲା ବଡ ଘୋଷଣା…

ଚାଲିଥିଲା ନିର୍ବାଚନ । ହଠାତ୍ ହେଲା ବଡ ଘୋଷଣା.. ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ୧୬ ବିଜେଡି ଜିଲ୍ଲା ସଭାପତି । ହଁ ଆଜ୍ଞା, ବିଜେଡିର ନବକଳେବର ପ୍ରକ୍ରିୟା ଚାଲିଥିବା ବେଳେ ସାଙ୍ଗଠନିକ ନିର୍ବାଚନ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା । କିନ୍ତୁ ଏହାରି ମଧ୍ୟରେ ଏକ ବଡ ଘୋଷଣା କରିଛନ୍ତି ବିଜେଡି ବିଧାୟକ ତଥା ବିଜେଡିର ରିଟର୍ଣ୍ଣିଂ ଅଫିସର ପ୍ରତାପ କେଶରୀ ଦେବ । ନିଦ୍ୱର୍ନ୍ଦ୍ୱରେ ୧୬ ଜଣ ବିଜେଡି ସଭାପତି ନିର୍ବାଚିତ ହୋଇଥିବା ସୂଚନା ଦେଇଛନ୍ତି ପ୍ରତାପ ଦେବ । ତେବେ ନିର୍ବାଚିତ ହୋଇଥିବା ପ୍ରତିନିଧିଙ୍କ ନାଁ ଖୁବଶୀଘ୍ର ଘୋଷଣା ହେବା ନେଇ ସୂଚନା ମିଳିଛି । ଏବେ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଜାରି ରହିଥିବାରୁ ନିର୍ଯ୍ୟାସ ଖୁବ ଶୀଘ୍ର ବାହାରିବା ନେଇ କହିଛନ୍ତି ବିଜେଡି ରାଜ୍ୟ ରିଟର୍ଣ୍ଣିଂ ଅଫିସର ପ୍ରତାପ କେଶରୀ ଦେବ ।

ତେବେ ନିର୍ବାଚନ ପରେ ପରେ ବିଜେଡିର ସମସ୍ତ ପୁରୁଣା କମିଟି, ସଙ୍ଗଠନକୁ ଭାଙ୍ଗି ନୂଆ ଟିମ ଗଠନ କରିବାକୁ ନିଷ୍ପତ୍ତି ନେଇଥିଲେ ବିଜେଡି ସୁପ୍ରିମୋ । ଆଉ ଏହି କ୍ରମରେ ବିଜେଡିରେ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା । ନୂଆ ନୂଆ ନେତାଙ୍କୁ ଆଗକୁ ଆଣିବା ସହ ବରିଷ୍ଠ ନେତାଙ୍କୁ ଫ୍ରଣ୍ଟ ଫୁଟକୁ ବିଜେଡି ସଭାପତି ଆଣିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । କାରଣ ଗତ ନିର୍ବାଚନରେ ବରିଷ୍ଠଙ୍କ ବଦଳରେ ଯୁବ ନେତାଙ୍କ ଅଧିକ ସକ୍ରିୟତା କାରଣରୁ ଦଳ ହାରିଛି ବୋଲି ଅନେକ ମତପ୍ରକାଶ କରୁଥିଲୋ ତେଣୁ ଏସବୁକୁ ଦୃଷ୍ଟିରେ ରଖି ନବୀନ ଚାରିଦିଗକୁ ନଜରରେ ରଖିବା ସହ ଦଳ ପାଇଁ ଯାହା ଉଚିତ୍ ତାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେବେ ବୋଲି ଆଲୋଚନା ଚାଲିଛି ।

ଅନ୍ୟପଟେ ସାଙ୍ଗଠନିକ ନିର୍ବାଚନ ପରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିବ ଏବଂ ଦଳ ଆଗାମୀ ନିର୍ବାଚନ ଉପରେ ଫୋକସ କରିବ ବୋଲି ସୂଚନା ଦେଇଛନ୍ତି ବିଜେଡି ବିଧାୟକ ପ୍ରତାପ କେଶରୀ ଦେବ ।

author

Related Articles

Leave a Reply

Your email address will not be published. Required fields are marked *