ଜୀବନ ଦ୍ୟୁତି ଏଜୁକେଶନାଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ,ନୂଆଗଡ଼ ଓ ହଂସତୁଳି ଯୁବକ ସଙ୍ଘ ର ମିଳିତ ସହଯୋଗରେ ରବିବାର ଦିନ ଏକ ହରିଣ ସୁରକ୍ଷା ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମକୁ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ପ୍ରସନ୍ନ କୁମାର ନାୟକ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ସରପଞ୍ଚ ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ସେଠୀ, ଦେବେନ୍ଦ୍ର ମହାରଣା,ସମାଜସେବୀ ପ୍ରଶାନ୍ତ ପାତ୍ର, ଫରେଷ୍ଟର ସନ୍ତୋଷ କୁମାର ମଲ୍ଲିକ ସମେତ ବନ ବିଭାଗ କର୍ମଚାରୀ, ଛାତ୍ରଗଣ ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ଉପସ୍ଥିତ ଅତିଥି ମାନେ ନିରୀହ ତୃଣଭୋଜୀ ପ୍ରାଣୀ ହରିଣ ସୁରକ୍ଷା ଉପରେ ଆଲୋକପାତ କରିଥିଲେ l

You can share this post!
author