ହସୁଛନ୍ତି ନବୀନ…. ବଢୁଛି ଅସନ୍ତୋଷ ଅଧାଗଢା ମୋହନଙ୍କ ମନ୍ତ୍ରୀମଣ୍ଡଳ !

ହସୁଛନ୍ତି ନବୀନ…. ବଢୁଛି ଅସନ୍ତୋଷ ଅଧାଗଢା ମୋହନଙ୍କ ମନ୍ତ୍ରୀମଣ୍ଡଳ !

କେଉଁଠି ରହୁଛି କେଁ ? ନିର୍ବାଚନର ସାତ ମାସ ପରେ ବି କାହିଁକି ଅଧାଗଢା ହୋଇ ରହିଛି ମୋହନଙ୍କ ମନ୍ତ୍ରୀ ମଣ୍ଡଳ ? ବଢୁଛି ଅସନ୍ତୋଷ ମୁହଁ ଖୋଲିଲେଣି ବିଧାୟକ । ହଁ ଆଜ୍ଞା ନୂଆ ସରକାର ହେଲା ଏବଂ ନୂଆ ସରକାରଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଲେ 15 ଜଣ ମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ସମେତ 15 ଜଣ ମନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଗଲା । କିନ୍ତୁ ବ୍ୟବସ୍ଥା ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କୁ ବାଦ ଦେଇ ରାଜ୍ୟରେ 21 ଜଣ ମନ୍ତ୍ରୀ ରହିପାରିବେ କିନ୍ତୁ ମୋହନଙ୍କ ମନ୍ତ୍ରୀ ମଣ୍ଡଳରେ 15 ଜଣ ମନ୍ତ୍ରୀ ସ୍ଥାନ ପାଇଛନ୍ତି ବାକି ଖାଲି ପଡିଛି 6ଟି ମନ୍ତ୍ରୀ ପଦବୀ । ଦଳର ବହୁ ବରିଷ୍ଠ ବିଧାୟକ ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ଆଶାୟୀ ଥିବା ନେଇ ମୁହଁ ଖୋଲିଛନ୍ତି ।

ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ନେଇ ପୂର୍ବରୁ ଅନେକ ଆଲୋଚନା ହେଉଥିଲେ ସୁଦ୍ଧା ଏବେ ପର୍ଯ୍ୟନ୍ତ ତାହା ହୋଇପାରୁନାହିଁ । ଯେଉଁଥିପାଇଁ ମନ୍ତ୍ରୀ ପଦବୀ ପାଇଁ ଆଶାୟୀ ରହିଥିବା ବିଧାୟକ ମାନେ ମୁହଁ ଖୋଲୁଛନ୍ତି ଏବଂ ଦଳରେ ଅସନ୍ତୋଷ ମଧ୍ୟ ବୃଦ୍ଧି ପାଉଛି । ପ୍ରଥମ ଥର ପାଇଁ ରାଜ୍ୟରେ ଭାରତୀୟ ଜନତା ପାର୍ଟି ସରକାର ଗଢିଥିବା ବେଳେ ଅନେକ ବରିଷ୍ଠଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କରାଯାଇଛି ଏବଂ ଆଉ କିଛି ପୁରୁଖା ନେତା ଏଥିରୁ ବାଦ ପଡିଥିଲେ । ଯେଉଁମାନଙ୍କୁ ଥଇଥାନ କରିବା ପାଇଁ ଖୁବଶୀଘ୍ର ମୋହନ ମାଝୀ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରିବା ମଧ୍ୟ କୁହାଯାଉଥିଲା । ମୋହନଙ୍କ ମନ୍ତ୍ରୀ ମଣ୍ଡଳରେ 17ଟି ଜିଲ୍ଲା ମନ୍ତ୍ରୀ ଶୂନ୍ୟ । ଜୟନାରାୟଣଙ୍କ ଭଳି ଅନେକ ବରିଷ୍ଠ ନେତାମାନେ ମନ୍ତ୍ରୀ ପଦବୀ ପାଇଁ ଆଶାୟୀ ରହିଛନ୍ତି । କେବେ ନୂଆ ମନ୍ତ୍ରୀମଣ୍ଡଳ ଗଢିବେ ମୋହନ ତାହାକୁ ନେଇ ନାନା ପ୍ରଶ୍ନ ବାଚୀ ସୃଷ୍ଟି ହେଉଥିବା ବେଳେ ଅନ୍ୟପଟେ ସାତ ମାସ ପରେ ବି ବିଜେପିର ମନ୍ତ୍ରୀମଣ୍ଡଳ ଠିକ ଭାବରେ ଗଠନ ନ ହେବାକୁ ନେଇ କଟାକ୍ଷ କରିଛି ବିଜେଡି ।

ଜଣେ ମନ୍ତ୍ରୀଙ୍କ ପାଖରେ ଏକାଧିକ ବିଭାଗ ରହୁଛି ଯାହା ଫଳରେ ଦାୟିତ୍ୱକୁ ଠିକ ଭାବରେ କାର୍ଯ୍ୟକାରୀ କରିପାରୁନାହାନ୍ତି ବିଭାଗୀୟ ମନ୍ତ୍ରୀ । ବିଶେଷ ସୂତ୍ରରୁ ସୂଚନା ଅନୁଯାୟୀ ବିଜେପିର ଶୀର୍ଷ ନେତୃତ୍ୱଙ୍କ ନିର୍ଦ୍ଦେଶ କ୍ରମେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହେବ ଏବଂ ଏହା କେବେ ପୂରଣ ହେଉଛି ତାହା ଦେଖିବାର କଥା ।

author

Related Articles

Leave a Reply

Your email address will not be published. Required fields are marked *