ହସ୍ପିଟାଲରେ ପହଞ୍ଚିଲେ ଅପରାଜିତା . ଆହତ ହୋଇ ହସ୍ପିଟାଲରେ ସାଂସଦ . ବାହାରେ ବିଜେପି –କଂଗ୍ରେସ ମୁହାଁମୁହିଁ . ଜୟା ବଚନ କହିଲେ ତାଙ୍କ ଠାରୁ ଭଲ ଅଭିନୟ କେହି କରିପାରିବେନି . ସଂସଦ ପରିସରରେ ଆମ୍ବେଦକର ବିବାଦକୁ ନେଇ ବିଜେପି କଂଗ୍ରେସ ଭିତରେ ଗଣ୍ଡଗୋଳ ହୋଇଥିଲା . ଯେଉଁଥିରେ ରାହୁଲ ଗାନ୍ଧୀ ଧକ୍କା ଦେବାରୁ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ କୁଆଡେ ତଳେ ପଡ଼ି ତାଙ୍କ ମୁଣ୍ଡ ଫାଟିଯାଇଥିବା ଅଭିଯୋଗ ହୋଇଥିଲା . ଏବେ ସେ ଆହତ ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି . ତେବେ ଏହି ସମୟରେ ତାଙ୍କୁ ଦେଖିବାକୁ ପହଂଚିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତ ଷଡଙ୍ଗୀ . ପରେ ତାଙ୍କ ଭଲ ମନ୍ଦ ପଚାରିବୁଝିଥିଲେ .ଏହାକୁ ଦେଖିବା ପରେ ଲୋକ କହୁଛନ୍ତି ଅପରାଜିତା ଆସିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କୁଆଡେ ଗଲେ .
ତେବେ ଏହି ଘଟଣାକୁ ନେଇ ଉଭୟ ବିଜେପି କଂଗ୍ରେସ ଭିତରେ ଗଣ୍ଡଗୋଳ ଚାଲିଥିବା ବେଳେ .ଜୟା ବଚନ କହିଲେ ତାଙ୍କ ଠାରୁ ଭଲ ଅଭିନୟ କେହି କରିପାରିବେନି . ପ୍ରତାପ ଷଡ଼ଙ୍ଗୀଙ୍କଠୁ ଭଲ ଅଭିନୟ କେହି କରିପାରିବେନି .ସେ ଭଲ ଅଭିନୟ କରୁଛନ୍ତି .ମୋ ଆଖି ସାମ୍ନାରେ ଶିଡ଼ିରୁ ପଡ଼ି ତାଙ୍କର ମୁଣ୍ଡ ଫାଟିଛି କିନ୍ତୁ ରାହୁଲ ଗାନ୍ଧୀ ଠେଲିଦେବା କଥା ମିଛ କହୁଛନ୍ତି . ସଂସଦରେ ପ୍ରତାପ ଷଡ଼ଙ୍ଗୀଙ୍କ ମୁଣ୍ଡ ଫାଟିବା ଘଟଣାକୁ ନେଇ ଦେଶବ୍ୟାପୀ ହଙ୍ଗାମା ଲାଗି ରହିଥିବା ବେଳେ ଏହାକୁ ନେଇ ବଡ଼ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟସଭା ସାଂସଦ ଜୟା ବଚନ .