ହସ୍ପିଟାଲରେ ଭର୍ତ୍ତି ହେଲେ ମିଥୁନ ଚକ୍ରବର୍ତ୍ତୀ

ହସ୍ପିଟାଲରେ ଭର୍ତ୍ତି ହେଲେ ମିଥୁନ ଚକ୍ରବର୍ତ୍ତୀ

ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ତଥା ରାଜନେତା ମିଥୁନ ଚକ୍ରବର୍ତ୍ତୀ । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ମିଥୁନଙ୍କୁ କୋଲକାତା ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହିତ ସେ ଅସହଜ ଅନୁଭବ କରିଥିଲେ । ଏହା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା କିପରି ଅଛି ସେସମ୍ପର୍କରେ କିଛି ତଥ୍ୟ ମିଳିନି । ସେପଟେ ମିଥୁନଙ୍କ ଫ୍ୟାନ୍ସମାନେ ଏ ଖବର ଜାଣିବା ପରେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *