ହସ୍ପିଟାଲ ଯାଇଥିଲେ ମନ୍ତ୍ରୀ ବାଟ ଛାଡିଲେନି ଲୋକେ…

ହସ୍ପିଟାଲ ଯାଇଥିଲେ ମନ୍ତ୍ରୀ ବାଟ ଛାଡିଲେନି ଲୋକେ…

ହସ୍ପିଟାଲରେ ହଟହଟ୍ଟା ହେଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ରାଗରେ ବାଟ ଛାଡିଲେନି ଲୋକେ । କୋରାପୁଟର ସହିଦ ଲକ୍ଷ୍ମଣ ନାଏକ ମେଡିକାଲରେ ଭୁଲ ଇଞ୍ଜେକ୍ସନ କାରଣରୁ ୬ ରୋଗୀଙ୍କ ମୃତ୍ୟୁ ଘଟିଥିବା ବେଳେ ସେଠାକୁ ସ୍ଥିତି ସମୀକ୍ଷା ନିମନ୍ତେ ଯାଇଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । କିନ୍ତୁ ସେଠାରେ ତାଙ୍କୁ ଲୋକେ ବିରୋଧ କରିଥିବା ଦେଖିବାକୁ ମିଳିଛି । ଏପରିକି ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିବା ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି ।

ତେବେ କୋରାପୁଟ ସହିଦ ଲକ୍ଷ୍ମଣ ନାଏକ ମେଡିକାଲରେ ଗୋଟିଏ ଦିନରେ ୬ ଜଣ ରୋଗୀଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା । ଭୁଲ ଇଞ୍ଜେକସନ କାରଣରୁ ଜଣଙ୍କ ପରେ ଜଣେ ରୋଗୀ ଆଖି ବୁଜିଥିଲେ । ଯାହାକୁ ନେଇ ପରିବାର ଲୋକ ସାଙ୍ଘାତିକ ଅଭିଯୋଗ ଆଣିଥିଲେ । ନର୍ସଙ୍କ ଭୁଲ ଇଞ୍ଜେକସନ ଦେବା ପରେ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିଥିଲା । ଏବଂ ପରେ ସେମାନଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଥିଲେ । ଯାହାକୁ ନେଇ ହସ୍ପିଟାଲ ପରିସର ସହ ରାଜନୀତିରେ ମଧ୍ୟ ହଟଚମଟ ସୃଷ୍ଟି ହୋଇଥିଲା । ବିରୋଧୀ ବିଜେଡି ଏହାକୁ ନେଇ ସରକାରଙ୍କୁ ଟାଗେଟ କରିବା ସହ କଂଗ୍ରେସ ମେଡିକାଲ୍ ଗେଟ୍ ଆଗରେ ଧାରଣା ଦେଇଥିଲା । ଅନ୍ୟପଟେ ଏସବୁକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟମନ୍ତ୍ରୀ ନିଜେ ଘଟଣାସ୍ଥଳକୁ ଯାଇ ସ୍ଥିତି ସମୀକ୍ଷା ନିମନ୍ତେ କୋରାପୁଟ ଗସ୍ତରେ ଯାଇଥିଲେ । କିନ୍ତୁ ସେଠାରେ ମାତ୍ର ୫ ମିନିଟରେ ସ୍ଥିତି ସମୀକ୍ଷା କରି ଫେରିବା ବେଳକୁ ତାଙ୍କୁ ବିରୋଧର ସାମ୍ନା କରିବାକୁ ପଡିଥିବା ଦୃଶ୍ୟ ସାମ୍ନାକୁ ଆସିଛି । ଧାରଣାରତ କଂଗ୍ରେସ ନେତାମାନେ ତାଙ୍କ ରାସ୍ତା ରୋକିଥିବା କୁହାଯାଉଛି ।

ଅନ୍ୟପଟେ ଜଣଙ୍କ ପରେ ଜଣେ ୬ ଜଣ ରୋଗୀଙ୍କର କିପରି ଜୀବନ ଗଲା ସେନେଇ ଖୋଳତାଡ କରିବା ପାଇଁ ଏମକେସିଜିର ୩ ଜଣ ଏବଂ ଏସସିବିର ଦୁଇ ଜଣଙ୍କୁ ନେଇ ୫ ଜଣିଆ ଟିମ୍ ଗଠନ ହୋଇଥିଲେ ମଧ୍ୟ ଏଯାଏଁ ରୋଗୀଙ୍କ ମୃତ୍ୟୁର କାରଣ ସ୍ପଷ୍ଟ କରିପାରିନାହାନ୍ତି । ଏପଟେ ହସ୍ପିଟାଲର ଡିନ୍ ମଧ୍ୟ ଭୁଲ ଇଞ୍ଜେକସନ କାରଣରୁ ରୋଗୀଙ୍କ ମୃତ୍ୟୁ ହୋଇଥିବା କଥାକୁ ସ୍ୱୀକାର କରୁନଥିବା ଖବର ସାମ୍ନାକୁ ଆସିଛି । ତେବେ ଏକଥରକେ ୬ ଜଣ ରୋଗୀଙ୍କ ମୁୃତ୍ୟୁର କଣ ରହସ୍ୟ ରହିଛି, ମୃତ୍ୟୁ କୁ ନେଇ କିଏ ସତ କହୁଛି ଏବଂ କିଏ ମିଛ କହୁଛି ତାହା ସାମ୍ନାକୁ ଆସୁଛି ନା ଏହାକୁ ଚପାଇ ଦିଆଯାଉଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *