ଝାରସୁଗୁଡା ନିର୍ବାଚନୀ ଅନିୟମିତତା ମାମଲାରେ ଆସିଛି ଏକ ନୂଆ ମୋଡ । ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ଝାରସୁଗୁଡା ନିର୍ବାଚନୀ ଅନିୟମିତତା ମାମଲାରେ ହାଇକୋର୍ଟଙ୍କ ପକ୍ଷରୁ ଜବାବ ଦାଖଲ ପାଇଁ ଲାଷ୍ଟ ୱାର୍ଣ୍ଣି ମିଳିସାରଥିବା ବେଳେ ଏବେ ଦିପାଳୀଙ୍କୁ ମଧ୍ୟ ହାଇକୋର୍ଟ ଜବାବ ଦାଖଲ ନେଇ ନୋଟିସ ଜାରି କରିଛନ୍ତି । ପୂର୍ବରୁ ଟଙ୍କଧରଙ୍କୁ ୩ ୩ ଥର ନୋଟିସ ଜାରି ହୋଇଥିବା ବେଳେ ଟଙ୍କଧର ଏଯାଏଁ ନିଜ ପକ୍ଷ ହାଇକୋର୍ଟରେ ରଖିନାହାନ୍ତି । ତେଣୁ ଏହି ମାମଲାକୁ ଗୁରୁତର ସହ ନେଇ ଆଗକୁ ଟଙ୍କଧର ତ୍ରିପାଠୀଙ୍କୁ ଜବାବ ଦାଖଲ ପାଇଁ ଅଧିକ ସମୟ ମିଳିବ ନା ନାହିଁ ସେ ସମ୍ପର୍କରେ ନଭେମ୍ବର ୨୮ ତାରିଖରେ କୋର୍ଟ ନିଷ୍ପତ୍ତି ଶୁଣାଇବା ନେଇ ସୂଚନା ମିଳିଛି । ଏହା ସହ ଏହି ନିର୍ବାଚନୀ ଅନିୟମିତତା ମାମଲା ଖାରଜ ହେବ ନା ନାହିଁ ସେ ସମ୍ପର୍କରେ ଆସନ୍ତା ଡିସେମ୍ବର ୧୦ ରେ ହାଇକୋର୍ଟ ନିଷ୍ପତ୍ତି ନେବେ ବୋଲି ଜଣାପଡିଛିା ତେବେ ଦୀପାଳି ଟଙ୍କଧରଙ୍କ ନାଁରେ ନିର୍ବାଚନରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା , ଅପରାଧିକ ତଥ୍ୟ ଲୁଚାଇଥିବା ଏବଂ ତାଙ୍କ ନିର୍ବାଚନ ଅସିଦ୍ଧ ଘୋଷଣା କରିବା ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ । ଏବଂ ଏହି ଆବେଦନ ଉପରେ ଜବାବ ଦାଖଲ ପାଇଁ ଦିପାଳିଙ୍କୁୁ ହାଇକୋର୍ଟ ଙ୍କ ପକ୍ଷରୁ ଜବାବ ଦାଖଲ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି ।

You can share this post!
author