ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତର ନୂଆଗଡ ଗ୍ରାମରେ ହାତୀପଲ ଦ୍ୱାରା ବ୍ୟାପକ ଫସଲ ନଷ୍ଟ ହୋଇଛି । ସୂଚନା ମୁତାବକ ରାତି ଅଧରେ ହାତୀ ପଲ ପଶି ନୂଆଗଡ ଗ୍ରାମର ବଳରାମ ପ୍ରଧାନ ଙ୍କ ଜମିରେ ଲାଗିଥିବା ଫୁଲକୋବି, ପତ୍ର କୋବି, କଦଳୀ, ବାଇଗଣ, ଟମାଟ , ଅମୃତ ଭଣ୍ଡା, ମକା, ନଡ଼ିଆ ଗଛ ଆଦି ଲକ୍ଷାଧିକ ଟଙ୍କାର ବ୍ୟାପକ ଫସଲ ନଷ୍ଟ କରିଛନ୍ତି । ହାତୀ ପଲ ଉକ୍ତ ଫସଲ ଦଳି ଚକଟି ଖାଇବା ସହିତ ବ୍ୟାପକ ନଷ୍ଟ କରିଛନ୍ତି । ଏନେଇ ଚାଷୀ ବଳରାମ ପ୍ରଧାନଙ୍କ ମନୋବଳ ଭାଙ୍ଗି ପଡ଼ିବା ସହିତ ସେ ଦୁଃଖରେ ମୀୟମ୍ର।ଣ ହୋଇ ପଡ଼ିଛନ୍ତି । ତାଙ୍କୁ ସରକାରୀ ସହାୟତା ପ୍ରଦାନ ନିମନ୍ତେ ସେ ନିବେଦନ କରିଛନ୍ତି । ଏନେଇ ସୁମଣ୍ଡଳ ବନବିଭାଗ କର୍ମକର୍ତ୍ତା ଙ୍କୁ ମଧ୍ୟ ସୂଚନା ଦିଆଯାଇଥିଲା । ସୂଚନା ପାଇ ବନ ବିଭାଗର କର୍ମଚାରୀ ମାନେ କ୍ଷତଗ୍ରସ୍ତ ଚାଷୀ ଙ୍କୁ ଭେଟିଛନ୍ତି । ସେହିପରି ଉକ୍ତ ଗ୍ରାମର ସାଧୁ ବିଷୋୟୀ ଘାଇ ହୁଡାରେ ଲାଗିଥିବା ନଡ଼ିଆ ଗଛ ଏବଂ ଧୋବା ବେହେରା ଙ୍କ କଦଳୀ ଗଛ ବ୍ୟାପକ ନଷ୍ଟ କରିଛନ୍ତି ।

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ଚୁଟିରେ ଲଗାନ୍ତୁ ଏହି ୫ଟି ତେଲ…
- June 2, 2025