ହାତୀ ଦାନ୍ତ ଡିଲ୍ ବେଳେ ଏସଟିଏଫର ଚଢାଉ

ହାତୀ ଦାନ୍ତ ଡିଲ୍ ବେଳେ ଏସଟିଏଫର ଚଢାଉ

ହାତୀଦାନ୍ତ ଡିଲ ବେଳେ ମାଡି ବସିଲା ଏସଟିଏଫ । ଦୁଇଗୋଟି ଦାନ୍ତ ଜବତ ସହିତ ମାଫିଆ ଗିରଫ । ଦାନ୍ତ ଦୁଇଟିର ଆନୁମାନିକ ମୂଲ୍ୟ ୫୦ଲକ୍ଷ । ତେବେ ବୌଦ୍ଧ ଜିଲ୍ଲା ଆଦର୍ଶ ଥାନା ଟେଲିବନ୍ଦ ଛକ ନିକଟ ରେ ଏସଟିଏଫ ଚଢାଉ କରିଥିଲା । ଭୁବନେଶ୍ୱର ଏସଟିଏଫ ଟିମ ନେତୃତ୍ୱ ରେ ଡିଏସପି ରଶ୍ମି ରଞ୍ଜନ ପଟ୍ଟନାୟକ, ଇନ୍ସପେକଟର ଜିତୁ ମୋହନ ବସେରା ଓ ଟିମ ହାତୀଦାନ୍ତ ମାଫିଆ ପ୍ରମୋଦ ପରିଡାଙ୍କୁ ଦୁଇଗୋଟି ହାତୀ ଦାନ୍ତ ସହିତ ଗିରଫ କରିଥିଲେ । ବିଶେଷ ସୂତ୍ରରୁ ଖବର ନେଇ ଏସଟିଏଫ ଟିମ ଦୁଇଦିନ ଧରି ବୌଦ୍ଧ ଅଂଚଳରେ ଥିବା ବେଳେ ପ୍ରମୋଦକୁ ବୌଦ୍ଧ ଆଦର୍ଶ ଥାନା ତେଲିବନ୍ଦ ଛକ ନିକଟରେ ହାତୀଦାନ୍ତ ଡିଲ କରୁଥିବା ବେଳେ ଏସଟିଏଫ ଚଢାଉ କରିଥିବା ସୂଚନା ମିଳିଛି । ତେବେ ପ୍ରମୋଦ ପଦମନପୁର ପଂଚାୟତ ଚରଦା ଗ୍ରାମର ହୋଇଥିବା ବେଳେ ସନ୍ଧ୍ୟା ସମୟରେ ହାତୀ ଦାନ୍ତ ଡିଲ କରୁଥିଲା । ତେବେ ଆସାମୀଙ୍କୁ ବୌଦ୍ଧ ଏସିଏଫ କୁ ହସ୍ତାନ୍ତର କରି ଦୋଷୀ ଉପରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏସଟିଏଫ ପକ୍ଷରୁ ନିର୍ଦ୍ଧେଶ ଦିଆଯାଇଥିବା ସୂଚନା ମିଳିଛି । ଅନ୍ୟ ପଟେ ଅଭିଯୁକ୍ତ ଜଣକ ଅନ୍ୟ ଅସାମାଜିକ କାଯ୍ୟରେ ଲିପ୍ତ ଥିବା ଜଣାପଡିଛି ।

author

Related Articles

Leave a Reply

Your email address will not be published. Required fields are marked *