ଆଜିକା ସମୟରେ ଯୁବପିଢି ଅଧିକ ହୃଦଘାତର ଶିକାର ହେଉଛନ୍ତି। ତେଣୁ ହୃଦୟକୁ ସୁସ୍ଥ ରଖିବା ପାଇଁ ପ୍ରୟାସ କରିବା ଜରୁରୀ ଅଟେ। ହୃଦୟ ସମ୍ବନ୍ଧୀୟ ସମସ୍ତ ତଥ୍ୟ ପ୍ରଦାନ କରିବା ସହିତ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ପ୍ରତିବର୍ଷ ସେପ୍ଟେମ୍ବର 29 ତାରିଖରେ ବିଶ୍ବ ହୃଦୟ ଦିବସ ପାଳନ କରାଯାଏ। ହୃଦୟ ହେଉଛି ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ହୃଦୟ ବିନା ଜୀବନ ଅସମ୍ଭବ। ଯଦି ଜଣେ ହୃଦଘାତରେ ପୀଡିତ ହୋଇଥାଆନ୍ତି ତେବେ ଏହାର ପ୍ରଭାବ ସମଗ୍ର ସ୍ବାସ୍ଥ୍ୟ ଉପରେ ପଡିଥାଏ। ତେଣୁ ହାର୍ଟର ଯତ୍ନ ନେବା ନିହାତି ଆବଶ୍ୟକ ଅଟେ। ହୃଦୟକୁ ସୁସ୍ଥ ରଖିବା ପାଇଁ ବିଶେଷ କରି ଖାଦ୍ୟ ଉପରେ ଅଧିକ ଧ୍ୟାନ ଦିଆଯିବା ଆବଶ୍ୟକ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ଯଦି କହିବା ହୃଦୟ ମଧ୍ୟ ଏକ ମାଂସପେଶୀ.. ଯାହା ସମସ୍ତ ଅଙ୍ଗ ଏବଂ ମାଂସପେଶୀକୁ ରକ୍ତ ଯୋଗାଇଥାଏ । ହୃଦୟରେ ତିନୋଟି ମୁଖ୍ୟ ଧମନୀ ଏହି କାର୍ଯ୍ୟରେ ଜଡିତ । ଯେପର୍ଯ୍ୟନ୍ତ ଏଗୁଡିକ ସୁରୁଖୁରୁରେ କାମ କରେ ସେତ ପର୍ଯ୍ୟନ୍ତ କୌଣସି ଅସୁବିଧା ହୁଏ ନାହିଁ । ରକ୍ତଭଣ୍ଡାରର ଆଭ୍ୟନ୍ତରୀଣ ଲାଇନ୍(inner lining, epithelium)ବହୁତ କଠିନ ଥାଏ, ଏଥିରେ କୌଣସି ଫାଙ୍କ ନଥାଏ । ଏହା ରକ୍ତବାହୀ ପାଇଁ ପ୍ରତିରକ୍ଷା ଭାବରେ କାର୍ଯ୍ୟ କରିଥାଏ। ବିଶ୍ବ ହୃଦୟ ଦିବସର ଇତିହାସ: WHF(World Heart Federation) ଏବଂ WHO(World Health Organization) ଦ୍ୱାରା ଏହି ଦିବସ ଆରମ୍ଭ ହୋଇଥିଲା। ପ୍ରଥମେ ସେପ୍ଟେମ୍ବର ଶେଷ ରବିବାରରେ ଏହି ଦିନ ପାଳନ କରାଯିବ ବୋଲି ଘୋଷଣା କରାଯାଇଥିଲା। ପରେ ସେପ୍ଟେମ୍ବର 29 ତାରିଖକୁ ବିଶ୍ବ ହୃଦୟ ଦିବସ ଭାବେ ପାଳନ କରିବା ପାଇଁ ସ୍ଥିର କରାଯାଇଥିଲା। ବିଶ୍ବ ହୃଦୟ ଦିବସ ପାଳନ କରିବାର ଉଦ୍ଦେଶ୍ୟ: ଜନସାଧାରଣଙ୍କୁ ହୃଦୟ ସମ୍ବନ୍ଧୀୟ ରୋଗ ବିଷୟରେ ଅବଗତ କରାଇବା ବିଶ୍ବ ହୃଦୟ ଦିବସର ମୁଖ୍ୟ ଉଦ୍ଦେଶ୍ୟ। ଚଳିତ ବର୍ଷ ବିଶ୍ୱ ହୃଦୟ ଦିବସ ‘Use Heart, Know Heart is Open-Ended’ ଥିମକୁ ନେଇ ପାଳନ କରାଯାଉଛି। ଏହାର ଅର୍ଥ ହାର୍ଟକୁ ସୁସ୍ଥ ରଖିବା ପାଇଁ ପ୍ରୟାସ ଜରୁରୀ ଅଟେ।
