ଦୀପାଳିଙ୍କୁ ନେଇ ଏଭଳି କିଛି ପ୍ରଶ୍ନ ମନରେ ଆସିବା ଏବେ ସ୍ୱାଭାବିକ ହୋଇଯାଇଛି । କାରଣ ଦୀପାଳିଙ୍କ ପୁଣି ଥରେ ବିଧାୟିକା ହେବାର ସ୍ୱପ୍ନ ଏବେ ମାଟିରେ ମିଶୁଥିବା ନଜର ଆସୁଛି । ନିର୍ବାଚନ ଫଳାଫଳ ବାହାରିବାର ଦେଢ ମାସରୁ ଅଧିକ ସମୟ ବିତିଯାଇଥିବା ବେଳେ ଏବେ ରାଜ୍ୟର ବିଧାନସଭା ଅଧିବେଶନ ମଧ୍ୟ ଆରମ୍ଭ ହୋଇସାରିଛି । ଏପରିକି ଅଧିବେଶନ ଆରମ୍ଭ ହେବାର ୯ ଦିନ ବିତିଗଲାଣି । ଏବଂ ବିଧାନସଭାରେ ଦୀପାଳିଙ୍କୁ ହରାଇଥିବା ବିଜେପି ନେତା ଟଙ୍କଧର ତ୍ରିପାଠୀ ମଧ୍ୟ ବିଧାୟକ ହେବାର ଭୂମିକା ବେଶ୍ ଗୁରୁତ୍ୱର ସହ ନିଭାଉଛନ୍ତି । ଶାସକ ଦଳର ନେତା ଭାବରେ ଗୃହରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଟଙ୍କଧର ଏବେ ଲାଇମ୍ ଲାଇଟରେ ରହୁଛନ୍ତି । ଏପରିକି ସିଧାସଳଖ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିବାକୁ ବି ପଛାଉନାହାନ୍ତି ଟଙ୍କଧର । ଆଉ ଏହାକୁ ଦେଖି ଦୀପାଳିଙ୍କ ପୁଣି ଥରେ ବିଧାନସଭା ଆସିବା ସ୍ୱପ୍ନ ଧୀରେ ଧୀରେ ଭାଙ୍ଗୁଥିବା କୁହାଯାଉଛି । ଅନ୍ୟପଟେ ଦୀପାଳି ନିଜ ହାରକୁ ସ୍ୱୀକାର ନକରି ଟଙ୍କଧରଙ୍କ ନିର୍ବାଚନୀ ସତ୍ୟପାଠ ଉପରକୁ ଆଙ୍ଗୁଠି ଉଠାଇ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଏହା ପୂର୍ବରୁ ମଧ୍ୟ ସେ ନିର୍ବାଚନ ସମୟର ସିସିଟିଭି ଫୁଟେଜ ଏବଂ ପୁନଃ ଭୋଟ ଗଣତି ପାଇଁ ଆବେଦନ କରିଥିଲେ । କିନ୍ତୁ ଏଯାଏଁ ସେ ସମ୍ପର୍କରେ କୌଣସି ତଥ୍ୟ ସାମ୍ନାକୁ ଆସିଲାନି । ନା ହାଇକୋର୍ଟରୁ ଏଯାଏଁ ଟଙ୍କଧରଙ୍କ ପାଖକୁ ଦୀପାଳି କରିଥିବା ଅଭିଯୋଗକୁ ନେଇ କୌଣସି ନୋଟିସ ଜାରି କରାଗଲା । ଯାହାକୁ ନେଇ ଆଲୋଚନା ଚାଲିଛି ଯେ, ଦୀପାଳି ଯେଉଁ ଅଭିଯୋଗ ଟଙ୍କଧରଙ୍କ ନାଁରେ ଆଣିଛନ୍ତି ସେଥିରେ ସତ୍ୟାସତ୍ୟ ନାହିଁ ବୋଲି । ଅନ୍ୟପଟେ ନିଜ ପ୍ରତିଦ୍ୱନ୍ଦୀଙ୍କ ନାଁରେ ନିର୍ବାଚନୀ ସତ୍ୟପାଠ ଏବଂ ପ୍ରାର୍ଥୀପତ୍ରକୁ ନେଇ ଯେଉଁ ନେତା ମାନେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ହାଇକୋର୍ଟଙ୍କ ପକ୍ଷରୁ ନୋଟିସ ଜାରି କରାଯାଇଛିା କିନ୍ତୁ ଏଥିରେ ବି ହାଇକୋର୍ଟ ଦୀପାଳିଙ୍କ ଅଭିଯୋଗକୁ ପଛରେ ରଖିଛନ୍ତି । ଯେଉଁଥିରୁ ଏହା ସ୍ପଷ୍ଟ ହୋଇପଡୁଛି ଯେ, ଦୀପାଳିଙ୍କ ପୁଣି ଥରେ ନିଜ ବାପାଙ୍କ ଗଡରେ ଶାସନ କରିବାର ସ୍ୱପ୍ନ ଅଧାରେ ରହିଯିବାକୁ ବସିଛି । ତେବେ ଦେଖାଯାଉ ଆଗକୁ ଦୀପାଳି ନିଜ ହାରକୁ ସେ ସ୍ୱୀକାର କରୁଛନ୍ତି ନା ଟଙ୍କଧରଙ୍କ ବିରୁଧରେ ଅନ୍ୟ କିଛି ବାଟ ଆପଣାଉଛନ୍ତି ତାହା ଦେଖିବାର କଥା ।

You can share this post!
author