ହେବନାହିଁ ନିର୍ବାଚନ ବାଟ ଚାଲିପାରିବେନି ମନ୍ତ୍ରୀ….ମୋହନଙ୍କ ଘରେ ଅଣ୍ଡା ମାଡ !

ହେବନାହିଁ ନିର୍ବାଚନ ବାଟ ଚାଲିପାରିବେନି ମନ୍ତ୍ରୀ….ମୋହନଙ୍କ ଘରେ ଅଣ୍ଡା ମାଡ !

କେବେ ହେବ ଛାତ୍ର ସଂସଦ ନିର୍ବାଚନ ? ନବୀନଙ୍କ ଭୁଲ କାଢିଦେଲେ ମୋହନ, ଏବେ କେମିତି ଛାତ୍ରଙ୍କୁ କରିବେ ସାମ୍ନା । ସେପଟେ ଛାତ୍ର ଦେଲେଣି ୱାର୍ଣ୍ଣିଂ ନିର୍ବାଚନ ନ କଲେ ବାଟରେ ଚାଲିପାରିବେନି ବିଜେପି ମନ୍ତ୍ରୀ । ମୋହନଙ୍କ ବାସଭବନ ଘେରିବୁ ଅଣ୍ଡା ମାଡ କରିବୁ । ହଁ ଆଜ୍ଞା ଏ କଥା ଆମେ କହୁନୁ ବରଂ ଚଳିତ ଥର ଯଦି ଛାତ୍ର ସଂସଦ ନିର୍ବାଚନ ନହୁଏ ତେବେ ମୋହନ ସରକାରଙ୍କୁ ଏମିତି ପରିସ୍ଥିତିର ସାମ୍ନା କରିବାକୁ ପଡିବ ବୋଲି କହିଛି ଛାତ୍ର କଂଗ୍ରେସ ।

ବିଜେପି ସରକାରକୁ ଆସିବା ପୂର୍ବରୁ ନିଜର ନିର୍ବାଚନୀ ଇସ୍ତାହାରରେ ଛାତ୍ର ସଂସଦ ନିର୍ବାଚନ କରିବା ନେଇ ଘୋଷଣା କରିଥିଲା,ବାରମ୍ୱାର ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏ ବିଷୟରେ ଦୃଢୋକ୍ତି ଦେଇଛନ୍ତି । କିନ୍ତୁ ଛାତ୍ରଙ୍କ ଦାବି ଏବେ ପର୍ଯ୍ୟନ୍ତ ନିର୍ବାଚନ ହେବା ନେଇ କୌଣସି ସ୍ପଷ୍ଟତା କାହିଁକି ଆଣୁନାହାନ୍ତି ।

ବିଜେପି ହେଉଛି ମିଛୁଆ ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ସବୁ ଧୂଆଁବାଣ ବୋଲି କହିଛି ଛାତ୍ର କଂଗ୍ରେସ । ତେବେ କେଉଁ ଶିକ୍ଷା ବର୍ଷରେ ହେବ କଲେଜ ଛାତ୍ର ସଂସଦ ନିର୍ବାଚନ । ଗତ ସରାକର କଲେଜ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଥିଲେ । ଏବେ ଛାତ୍ର ସଂସଦ ନିର୍ବାଚନ ହେବା କଥା ଶୁଣି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉତ୍କଣ୍ଠା ସୃଷ୍ଟି ହୋଇଥିଲା । କିନ୍ତୁ ଏ ବାବଦରେ ମୋହନ ସରକାର କୌଣସି ସ୍ପଷ୍ଟତା ନଆଣିବା ଏବେ ସରକାରଙ୍କୁ ବିବାଦ ଘେରକୁ ଟାଣିଛି । ତେବେ ପୂର୍ବରୁ ସଂସଦ ନିର୍ବାଚନକୁ ନେଇ ବିଭିନ୍ନ ଦଳ ଓ ସେମାନଙ୍କ ଛାତ୍ର ସଂଗଠନ ପକ୍ଷରୁ ବ୍ୟାପକ ଦାବି ,ପ୍ରତିବାଦ ଓ ଆନ୍ଦୋଳନ ହୋଇଥିଲା ଆଉ ଏବେ ଯଦି ନିର୍ବାଚନ ନ ହୁଏ ତେବେ ଏହା ଆହୁରି ଉଗ୍ରରୂପ ଧାରଣ କରିପାରେ ।

author

Related Articles

Leave a Reply

Your email address will not be published. Required fields are marked *