ହେଲିକପ୍ଟରେ ବସି ମାର୍ଗରେ ସ୍ଥିତି ଅନୁଧାନ କଲେ ମୁଖ୍ୟମନ୍ତ୍ରୀ

ହେଲିକପ୍ଟରେ ବସି ମାର୍ଗରେ ସ୍ଥିତି ଅନୁଧାନ କଲେ ମୁଖ୍ୟମନ୍ତ୍ରୀ


ହେଲିକପ୍ଟରେ ବସି ଆକାଶ ମାର୍ଗରେ ସ୍ଥିତି ଅନୁଧାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ..ବାଲେଶ୍ୱରରେ ବନ୍ୟା ସ୍ଥିତି ଗମ୍ଭୀର ହେବା ପରେ ..ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆକାଶ ମାର୍ଗରୁ ଜିଲ୍ଲାର ସ୍ଥିତି ଅନୁଧାନ କରିଛନ୍ତି
ବାଲେଶ୍ୱରର ହାଲ ବେହାଲ କରିଛି ଲଘୁଚାପ ଜନିତ ବର୍ଷା ..ଯାହା ଫଳରେ ସୁବର୍ଣ୍ଣରେଖାରେ ବନ୍ୟା ସୃଷ୍ଟି ହୋଇଛି ..ଉତର ବାଲେଶ୍ୱରର ୪ଟି ବ୍ଲକରେ ୬୬ଟି ପଂଚାୟତର ୨୪୧ ଟି ଗାଁ ବନ୍ୟା ଦ୍ୱାରା ପ୍ରଭାବତି ହୋଇଛି ..ଚାରିଆଡ ଖାଲି ପାଣି ..ବନ୍ୟା ଜଳ ଘେରରେ ଅନେକ ଅଂଚଳ ବୁଡ଼ିରହିଛି ..ସେହିପରି ଭୋଗରାଇ ବ୍ଲକର ବିଭିନ୍ନ ଅଂଚଳ ଓ ନଦୀ କୂଳିଆ ଗାଁ ଗୁଡିକର ସ୍ଥିତି ବେହାଲ ହୋଇଛି ..ରାସ୍ତଘାଟରେ ପାଣି ଠିଆ ହୋଇଛି ..ଲୋକେ ଯିବା ଆସିବା କରିବାରେ ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି
ଆଜି ସକାଳ ୭ଟା ସୁଦ୍ଧା ରାଜଘାଟ ଠାରେ ସୁବର୍ଣ୍ଣରେଖା ନଦୀରେ ଜଳପତ୍ତନ ବିପଦ ସଂଙ୍କେତ ଠାରୁ ୧୧.୫୮ ମିଟରରେ ପ୍ରବାହିତ ହେଉଛି ..

author

Related Articles

Leave a Reply

Your email address will not be published. Required fields are marked *