ହେଲିକପ୍ଟର ବ୍ଲେଡରେ ଗଲା ଅଧିକାରୀଙ୍କ ଜୀବନ

ହେଲିକପ୍ଟର ବ୍ଲେଡରେ ଗଲା ଅଧିକାରୀଙ୍କ ଜୀବନ

ଉତ୍ତରାଖଣ୍ଡ:

ଉତ୍ତରାଖଣ୍ଡ ଶନିବାରଠାରୁ ଯାତ୍ରା ଆରମ୍ଭ ହୋଇଯାଇଛି | ତେବେ ରବିବାର କେଦାରନାଥ ଧାମରେ ବର୍ଷା ଏବଂ ତୁଷାରପାତ ଆରମ୍ଭ ହୋଇଛି | ଖରାପ ପାଣିପାଗକୁ ଦେଖି ହରିଦ୍ୱାର ଏବଂ ଋଷିକେଶରେ ଯାତ୍ରା ପାଇଁ ଚାଲିଥିବା ପଞ୍ଜିକରଣକୁ ୩୦ ତାରିଖ ପର୍ଯ୍ୟନ୍ତ ବାଣ୍ଡ କରିଦିଆଯାଇଛି | ରାଜ୍ୟ ସରକାର ତୀର୍ଥଯାତ୍ରୀଙ୍କ ଲାଗି ମାର୍ଗଦର୍ଶିକା ଜାରି କରିଛନ୍ତି | ସାଙ୍ଗରେ ଶୀତ ପୋଷାକ ନେବାକୁ ଯାତ୍ରୀଙ୍କୁ କୁହାଯାଇଛି | ଅନ୍ୟପକ୍ଷରେ କେଦାରନାଥରେ ହେଲିକପ୍ଟର ସହ ସେଲ୍ଫି ନେବାକୁ ଯାଇ ଜଣେ ଅଧିକାରୀଙ୍କ ଜୀବନ ଯାଇଛି | ହେଲିକପ୍ଟର ରୋଟର ବ୍ଲେଡ ବାଜିବାରୁ ଜିତେନ୍ଦ୍ର କୁମାର ସାଇନ ପ୍ରାଣ ହରାଇଛନ୍ତି | ସେ ଉତ୍ତରାଖଣ୍ଡ ବେସାମରିକ ବିମାନ ଚଳାଚଳର ଆର୍ଥିକ ନିୟନ୍ତ୍ରକ ଥିଲେ | ସୂଚନା ଅନୁଯାୟୀ କେଦାରନାଥ ଧାମରେ ଥିବା ହେଲିପ୍ୟାଡରେ ହେଲିକପ୍ଟର ଅବତରଣ କାରିବ ସମୟରେ ଜିତେନ୍ଦ୍ର ସାଇନ ହେଲିକପ୍ଟର ନିକଟକୁ ସେଲ୍ଫି ନବାକୁ ଯାଇଥିଲେ | ଏହି ସମୟରେ ହେଲିକପ୍ଟର ପଛପଟେ ଲାଗିଥିବା ପଙ୍ଖାରେ ତାଙ୍କର ବେକ କାଟି ଯାଇଥିଲା ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା | ଏହି ଉତ୍ତରାଖଣ୍ଡ ବେସାମରିକ ବିମାନ ଚଳାଚଳର ସିଇଓ ମଧ୍ୟ ଉପସ୍ଥିତ ଥିଲେ ବୋଲି କୁହାଯାଇଛି |

author

Related Articles

Leave a Reply

Your email address will not be published. Required fields are marked *