ହୋଇଗଲା ଫାଇନାଲ ମିଠା ବାଣ୍ଟିବେ ନବୀନ

ହୋଇଗଲା ଫାଇନାଲ ମିଠା ବାଣ୍ଟିବେ ନବୀନ

ଘର ସଜାଡୁଛି ବିଜୁ ଜନତା ଦଳ 19ରେ ହେବ ସଭାପତିଙ୍କ ନାମ ଘୋଷଣା । ହଁ ଦର୍ଶକବନ୍ଧୁ ଚାଲିଛି ବିଜେଡିର ନବକଳେବର । ନବୀନଙ୍କ ପରେ କିଏ ନେବ ବିଜେଡିର ସବୁ ନିଷ୍ପତ୍ତି ? ପୁଣିଥରେ ସଭାପତି ହେବେ ନବୀନ ହେଲେ କିଏ ହେବ ବିଜେଡିର ଦ୍ୱିତୀୟ କ୍ଷମତା କେନ୍ଦ୍ର । ଯେବେଠାରୁ ଗତ ନିର୍ବାଚନରେ ବିଜେଡି ପରାଜୟ ହୋଇଛି ରାଜ୍ୟ ରାଜନୀତିରେ ଗୋଟିଏ ଚର୍ଚ୍ଚା ଭାଙ୍ଗିଯିବ ବିଜେଡି । କେତେବେଳେ ବିଜେଡିର ଗୋଷ୍ଠୀ କନ୍ଦଳକୁ ନେଇ ନାନା ଚର୍ଚ୍ଚା ତ କେତେବେଳେ ବିଧାନସଭା ଓ ରାଜ୍ୟସଭାରେ ବିଜେଡି ବିଧାୟକ ଓ ସାଂସଦଙ୍କ କାର୍ଯ୍ୟକୁ ନେଇ ଚର୍ଚ୍ଚା । ଆଉ ଏବେ ପୁଣି ସେହିପରି କିଛି ଚର୍ଚ୍ଚା ସାଉଁଟୁଛି ବିଜୁ ଜନତା ଦଳ । କାହିଁକିନା ବିଜେଡିରେ ଏବେ ସାଙ୍ଗଠନିକ ନିର୍ବାଚନ ଚାଲିଛି ଆଉ କିଏ ଦ୍ୱିତୀୟ କ୍ଷମତା କେନ୍ଦ୍ର ହେବ ସେନେଇ ଜୋରଦାର ଚର୍ଚ୍ଚା ।

ପୂର୍ବରୁ ବିଜେଡିର ସାଙ୍ଗଠନିକ ସଂପାଦକ ରହିଥିବା ପ୍ରଣବ ପ୍ରକାଶ ଦାସଙ୍କୁ ଏକଦା ବିଜେଡିର ଦ୍ୱିତୀୟ କ୍ଷମତା କେନ୍ଦ୍ର କୁହାଯାଉଥିଲା । କିନ୍ତୁ ବର୍ତ୍ତମାନ ସମୟରେ ବିଜେଡି ସୁପ୍ରିମୋ ବବିଙ୍କୁ ଦାୟିତ୍ୱ ଦେଉଛନ୍ତି ନା ଅନ୍ୟକିଏ ନେତା ନବୀନଙ୍କ ମନ ଜିତୁଛନ୍ତି ତାହାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହେଉଛି । ଯଦି ଦେଖିବା ବିଜେଡିର ଆଗଧାଡିର ନେତା ପ୍ରସନ୍ନ ଆଚାର୍ଯ୍ୟ,ଦେବୀ ମିଶ୍ର,ସଞ୍ଜୟ ଦାସ ବର୍ମା,ଅରୁଣ ସାହୁ ମଧ୍ୟ ବର୍ତ୍ତମାନ ସମୟରେ ବିଜେଡିର ରାଜନୀତିରେ ଚର୍ଚ୍ଚାରେ ରହିଛନ୍ତି ।

ଯଦି ଏହି ସମୀକରଣ ଉପରେ ନଜର ପକାଇବା ଏହି ନେତାମାନେ ବିଜେଡିର ଦ୍ୱିତୀୟ କ୍ଷମତା କେନ୍ଦ୍ର ଲିଷ୍ଟରେ ରହିଛନ୍ତି । 2019 ନିର୍ବାଚନ ପରେ ବିଜେଡିର ସାଙ୍ଗଠନିକ ଭାର ବବିଙ୍କ କାନ୍ଧରେ ରହିଥିଲା କିନ୍ତୁ ବର୍ତ୍ତମାନ ସମୟରେ ଯଦିଓ ବବି ସମ୍ୱଲପୁର ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢି ହାରିଯାଇଛନ୍ତି ହେଲେ ମଧ୍ୟ ସେ ପୁଣିଥରେ ସାଙ୍ଗଠିନକ ସମ୍ପାଦକ ହୋଇପାରନ୍ତି ବୋଲି କୁହାଯାଉଛି । ସେହିପରି ଅରୁଣ ସାହୁ, ପ୍ରସନ୍ନ ଆଚାର୍ଯ୍ୟଙ୍କ ନାଁ ମଧ୍ୟ ଚର୍ଚ୍ଚାକୁ ଆସୁଛି । ଚଳିତ ଥର ସେମାନଙ୍କ ମଧ୍ୟରୁ କାହାକୁ ମଧ୍ୟ ଦ୍ୱିତୀୟ କ୍ଷମତା କେନ୍ଦ୍ର କରିପାରନ୍ତି ନବୀନ ।

ଏତେସାରା ଚର୍ଚ୍ଚାରେ ଆସନ୍ତା 19 ତାରିଖରେ ପୂର୍ଣ୍ଣଚ୍ଛେଦ ପଡିବାକୁ ଯାଉଛି । ପୁଣିଥରେ ଅପ୍ରତିଦ୍ୱନ୍ଦୀ ଭାବେ ନବୀନ ସଭାପତି ଭାବେ ନିର୍ବାଚିତ ହେବା ପରେ କାହା କାନ୍ଧରେ ଦ୍ୱିତୀୟ କ୍ଷମତା କେନ୍ଦ୍ରର ଭାର ଦେଉଛନ୍ତି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *