ଏଲପିଜି ଗ୍ୟାସ ବ୍ୟବହାରକାରୀଙ୍କ ପାଇଁ ଆସିଲା ଖୁସି ଖବର । ହ୍ରାସ ପାଇଲା ଏଲପିଜି ସିଲିଣ୍ଡରର ଦାମ । ଦେଶର ତୈଳ ମାର୍କେଟିଂ କମ୍ପାନୀ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ ଜୁନ୍ ପହିଲାରୁ ୧୯ କେଜି କମର୍ସିଆଲ ଏଲପିଜି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ହ୍ରାସ କରିବାକୁ ଘୋଷଣା କରିଛନ୍ତି। ଦର କମିବା ପରେ ଦିଲ୍ଲୀରେ କମର୍ସିଆଲ ଏଲପିଜି ମୂଲ୍ୟ ୬୯.୪୦ ଟଙ୍କା ହ୍ରାସ ପାଇଛି। ପୂର୍ବରୁ ମେ ୧ ତାରିଖରେ ଦିଲ୍ଲୀରେ ୧୯ କେଜି କମର୍ସିଆଲ ଏଲପିଜି ସିଲିଣ୍ଡରର ଦାମ୍ ୧୯ ଟଙ୍କା ହ୍ରାସ ପାଇଥିଲା। ଏହାଫଳରେ ବୈବସାୟିକ ଏଲପିଜି ସିଲିଣ୍ଡର ଦାମ୍ ୧୭୪୫ ଟଙ୍କାକୁ କମିଥିଲା। ତେବେ ଘରୋଇ ଏଲ୍ପିଜି ମୂଲ୍ୟ ଅପରିବର୍ତ୍ତିତ ରହିଛି ।

You can share this post!
author