ହ୍ୟୁମାନଙ୍କ ଶଶୁର ନାଁ ରେ ସାଙ୍ଘାତିକ ଅଭିଯୋଗ

ହ୍ୟୁମାନଙ୍କ ଶଶୁର ନାଁ ରେ ସାଙ୍ଘାତିକ ଅଭିଯୋଗ

ହ୍ୟୁମାନଙ୍କ ଶ୍ଵଶୁର ନାଁ ରେ ସାଙ୍ଘାତିକ ଅଭିଯୋଗ . କଲେଜ ନାଁ ରେ କୋଟି କୋଟି ଟଙ୍କା ହଡପ . ଅବସର ପରେ ଛାଡ଼ୁ ନାହାନ୍ତି ଅଧକ୍ଷ ଗାଦି . ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକରେ ପ୍ରତିଷ୍ଠା ହୋଇଥିବା ଘରୋଇ ଶାରିରିକ ଶିକ୍ଷା ମହାବିଦ୍ୟାଳୟରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଶ୍ଵଶୁର ଶ୍ରୀକାନ୍ତ ମିଶ୍ର ଚଳାଇଛନ୍ତି ମନ ମାନି ଓ ଦାଦାଗିରି . ଗାଦିର ଲୋଭରେ ଇନ୍ଦ୍ର ଚନ୍ଦ୍ର ମାନୁନାହାନ୍ତି ହ୍ୟୁମାନ ସାଗରଙ୍କ ଶ୍ଵଶୁର ଶ୍ରୀକାନ୍ତ ମିଶ୍ର . ଅନ୍ଧାର ଭିତରକୁ ଠେଲି ହୋଇଯାଉଛି ଶତାଧିକ ଛାତ୍ର ଛ|ତ୍ରୀଙ୍କ ଭବିଷ୍ଯତ . ଖାଲି ଶ୍ଵଶୁର ନୁହଁନ୍ତି ହ୍ୟୁମାନଙ୍କ ଧର୍ମ ପତ୍ନୀ ମଧ୍ୟ ଏଥିରେ ସାମିଲ ଅଛନ୍ତି ବୋଲି ସ୍ଥାନୀୟ ବାସିନ୍ଦା ମତ ପ୍ରକାଶ କରିଛନ୍ତି .

ଏହା ମଧ୍ୟ ଅଭିଯୋଗ ଆସିଛି ଯେ ସେଠି କାମ କାର୍ଯରତ ଥିବା ସଦସ୍ୟଙ୍କୁ ହ୍ୟୁମାନଙ୍କ ଧର୍ମ ପତ୍ନୀ ମଦ ପିଇ ମାଡ ବି ମାରନ୍ତି . ତେବେ ଏହାକୁ ଖଣ୍ଡନ କରିଛନ୍ତି ଶ୍ରୀକାନ୍ତ ମିଶ୍ର . ସେ କହିବା କଥା ମୋ ନାଁ ରେ ଆଉ ମୋ ଝିଅ ନାଁ ରେ ମିଥ୍ୟା ଅଭିଯୋଗ ଆଣିଛନ୍ତି କଲେଜ କତୃପକ୍ଷ .

author

Related Articles

Leave a Reply

Your email address will not be published. Required fields are marked *