ଭୁବନେଶ୍ୱର:
ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ତାଙ୍କର ବିବାଦୀୟ ବୟାନବାଜି ପାଇଁ ସବୁବେଳେ ଚର୍ଚାରେ ପରିଧିରେ ଥାଆନ୍ତି | କଙ୍ଗନା ଅନେକ ସମୟରେ ବଲିଉଡ ସେଲିବ୍ରେଟିଙ୍କୁ ଟାର୍ଗେଟ କରି ଟୁଇଟ କରନ୍ତି | ଏବେ ସେ ବଲିଉଡ ଅଭିନେତ୍ରୀ ୟାମି ଗୌତମଙ୍କର ବେଶ ପ୍ରଶଂସା କରିଛନ୍ତି | ସେ ଏତେମାତ୍ରାରେ ୟାମିଙ୍କ ଦ୍ୱାରା ପ୍ରଭାବିତ ହୋଇଛନ୍ତି ଯେ, ତାଙ୍କ ଉଦ୍ଦେଶ୍ୟରେ ସେ ଏକ ପୋଷ୍ଟ ସେୟାର କରିଛନ୍ତି | କଙ୍ଗନା ୟାମିଙ୍କ ଅଭିନୀତ ‘ଚୋର ନିକଲ କେ ଭାଗା’ ଟିମ୍କୁ ଶୁଭେଚ୍ଛା ଜଣାଇଛନ୍ତି | ସେ ୟାମିଙ୍କ ଦ୍ୱାରା ସାମାଜିକ ଗଣମାଧ୍ୟମରେ ସେୟାର କରାଯାଇଥିବା ଏକ ପୋଷ୍ଟକୁ ସେୟାର ମଧ୍ୟ କରିଛନ୍ତି | ଏହି ପୋଷ୍ଟରେ ୟାମି ଲେଖିଥିଲେ ଯେ, ‘ଚୋର ନିକଲ କେ ଭାଗା’ ସାରା ବିଶ୍ୱରେ ରେକର୍ଡ ଭାଙ୍ଗୁଛି, ଆଜି ହିଁ ନେଟଫ୍ଲିକ୍ସରେ ଫିଲ୍ମି ଦେଖନ୍ତୁ | ଏହାକୁ କଙ୍ଗନା ପୁଣି ଥରେ ସେୟାର କରି ଲେଖିଛନ୍ତି-‘ୟାମି ବହୁତ ଭଲ କରୁଛନ୍ତି | ସବୁବେଳେ ଚୁପଚାପ ରହି ସେ ଅନେକ ସଫଳ ଫିଲ୍ମି ଦେଇଛନ୍ତି | ପୂରା ଟିମ୍କୁ ଶୁଭେଚ୍ଛା |’ ଏଠାରେ ପ୍ରକାଶ ଥାଉ କି, ନେଟଫ୍ଲିକ୍ସରେ ରିଲିଜ ହୋଇଥିବା ‘ଚୋର ନିକଲ କେ ଭାଗା’ ଫିଲ୍ମିର ନିର୍ଦ୍ଦେଶନା ଦେଇଛନ୍ତି ଅଜୟ ସିଂହ | ଏହା ଓଟିଟି ପ୍ଲାଟଫର୍ମରେ ୨୪ ମାର୍ଚ୍ଚରେ ରିଲିଜ ହୋଇଛି |