ମାଗଣାରେ ବିଜୁଳି ଜାଳିବା ହେଲା ସାତ ସ୍ୱପ୍ନ . ଭୋଟ ପାଇଁ ସବୁ ପ୍ରତିଶୃତି . ଭୋଟ ପରେ କୁଆଡେ ଗଲା ମାଗଣା ବିଜୁଳି ?ମାଗଣାତ ମିଳିଲାନି ଏବେ ୟୁନିଟ ପିଛା ୫୪ ପଇସା ବଢ଼ିବ ବୋଲି କୁହାଯାଉଛି . ଯାହାକୁ ଶୁଣିବା ପରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି . ତେବେ ଗତ ନିର୍ବାଚନ ସମୟରେ ବଡ଼ ପ୍ରସଙ୍ଗ ପାଲଟିଥିଲା ବିଜୁଳି . କ୍ଷମତାକୁ ଆସିଲେ ୧୦୦ ୟୁନିଟ ବିଜୁଳି ମାଗଣା ଯୋଗାଇବାକୁ ବିଜେଡ଼ି ଘୋଷଣା କରିଥିଲା .ଏହା ସହିତ ଜୁଲାଇ ମାସରୁ ଲୋକଙ୍କ ବିଜୁଳି ବିଲ ସରକାର ଭରଣା କରିବେ ବୋଲି କହିଥିବା ବେଳେ ଅନ୍ୟପକ୍ଷରେ ବିଜେପି ସୂର୍ଯ୍ୟଘର ଯୋଜନାରେ ୩୦୦ ୟୁନିଟ ବିଜୁଳି ଯେଗାଇବାକୁ ନିଜ ସଂକଳ୍ପପତ୍ରରେ କହିଥିଲା ଏବଂ ଲୋକମାନେ ୩୦୦ ୟୁନିଟ ମାଗଣା ବିଜୁଳି ଜାଳିବେ ବୋଲି ଖୋଦ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ସଭାରେ ଘୋଷଣା କରିଥିଲେ . କିନ୍ତୁ ଏବେ ବଦଳିଯାଇଛି ସବୁ କିଛି ଲୋକଙ୍କୁ ଦେଇଥିବା ପ୍ରତିଶୃ୍ତି ଆଉ ନେତାଙ୍କର ହୁଏତ ମନେ ନାହିଁ .
ନିକଟରେ ବିଜୁଳି ଶୁକ୍ଳ ବୃଦ୍ଧି ପାଇଁ ଦୁଇ ବିଦ୍ୟୁତ ଉତ୍ପାଦନକାରୀ ସରକାରୀ ସଂସ୍ଥା ଓପିଜିସି ଓ ଓଏଚପିସି ପକ୍ଷରୁ ଓଇଆରସି ନିକଟରେ ଆବେଦନ ଉପଭୋକ୍ତାଙ୍କ ହୃତସ୍ପନ୍ଦନ ବଢ଼ାଇଛି . ଯାହାକୁ ଶୁଣିବା ପରେ ଲୋକେ ଡବଲ ଇଞ୍ଜିନ ସରକାର ଡବଲ ପ୍ରତାରଣା ଦେଇଥିବା ଆଲୋଚନା କରୁଛନ୍ତି .ସୂଚନା ଅନୁସାରେ ଚଳିତ ବର୍ଷରୁ ବିଜୁଳି ଶୁକ୍ଳ ୟୁନିଟ ପିଛା ୫୪ ପଇସା ବୃଦ୍ଧି ହେବ . ୨୦୨୩-୨୦୨୪ରେ ବିଦ୍ୟୁତର ପାଇକାରୀ ମୂଲ୍ୟ ୟୁନିଟ ପିଛା ୩ଟଙ୍କା ୨୯ ପଇସା ଥିଲା . ୨୦୨୪-୨୫ରେ ପୂର୍ବ ସରକାର ୧ ପଇସା ହ୍ରାସ କରିବା ପରେ ୟୁନିଟ ପିଛା ମୂଲ୍ୟ ୩ଟଙ୍କା ୨୮ ପଇସା ଥିଲା . ଯଦି ଗ୍ରୀଡକୋର ପ୍ରସ୍ତାବ ଅନୁସାରେ ୟୁନିଟ ପିଛା ୫୪ ପଇସା ବୃଦ୍ଧି ପାଏ ତା ହେଲେ ଏହା ୩ଟଙ୍କା ୮୨ ପଇସାରେ ପହଂଚିବ . ଗ୍ରୀଡକୋ ୨୦୨୫-୨୬ ରେ ବାର୍ଷିକ ୩୮ହଜାର ୮୧୪ ୟୁନିଟ ବିଦ୍ୟୁତ ବିକ୍ରି ପାଇଁ ଲକ୍ଷ୍ୟ ରହିଛି .