ୟୁପିଏସସି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ମନୋଜ ସୋନୀ । ୨୦୨୯ରେ ତାଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଥିବା ବେଳେ ସେ ୫ ବର୍ଷ ପୂର୍ବରୁ ହିଁ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏହି ଇସ୍ତଫା ପତ୍ର ସେ ରାଷ୍ଟ୍ରପତିଙ୍କୁ ପଠାଇଛନ୍ତି । ତେବେ ସେ କାହିଁକି ନିଜ ପଦରୁ ଇସ୍ତଫା ଦେଲେ ସେନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିବା ବେଳେ ମନୋଜ ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା ସୂଚନା ଦେଇଛନ୍ତି । ତେବେ ମନୋଜ ସୋନି ୨୦୨୩ ମେ ୧୬ ତାରିଖରେ ଅଧ୍ୟକ୍ଷ ଭାବେ ଶପଥ ନେଇଥିଲେ । ତେବେ ବର୍ତ୍ତମାନ ୟୁପିଏସ୍ସି ପରୀକ୍ଷାରେ ଜାଲ୍ ସାର୍ଟିଫିକେଟ ଦେଇ ଆଶାୟୀମାନେ ଚାକିରି ହାତଉଥିବା ଅଭିଯୋଗ ହେଉଥିବା ବେଳେ ଏପରି ଘଟଣା ସାମନାକୁ ଆସିଛି। ତେବେ ମନୋଜ ସୋନୀଙ୍କ ଇସ୍ତଫା ସହ ଏହାର କୌଣସି ସମ୍ପର୍କ ନ ଥିବା କୁହାଯାଉଛି। କାରଣ ମନୋଜ ସୋନୀ ପ୍ରାୟ ମାସେ ପୂର୍ବରୁ ନିଜ ଇସ୍ତଫା ପତ୍ର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ପଠାଇ ସାରିଛନ୍ତି। ତେବେ ତାହା ଏପର୍ଯ୍ୟନ୍ତ ଗୃହୀତ ହୋଇଛି ନା ନାହିଁ ତାହାର ସୂଚନା ମିଳି ପାରିନି।

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ଚୁଟିରେ ଲଗାନ୍ତୁ ଏହି ୫ଟି ତେଲ…
- June 2, 2025