୧୦ ଦଫା ଦାବି ନେଇ ନର୍ସିଂ କର୍ମଚାରୀ ଧର୍ମଘଟ

୧୦ ଦଫା ଦାବି ନେଇ ନର୍ସିଂ କର୍ମଚାରୀ ଧର୍ମଘଟ

୧୦ ଦଫା ଦାବି ନେଇ ଓଡିଶା ନର୍ସିଂ କର୍ମଚାରୀ ସଂଘର ଧର୍ମଘଟ . ଓଡିଶା ନର୍ସିଂ କର୍ମଚାରୀ ସଂଘର ଆହ୍ବାନ କ୍ରମେ କନ୍ଧମାଳ ଜିଲ୍ଲା ଟିକାବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ନର୍ସିଂ କର୍ମଚାରୀ ମଧ୍ୟ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଧର୍ମଘଟରେ ବସଥିବା ଦେଖିବାକୁ ମିଳିଛି। ସେମାନଙ୍କ ଦାବିଗୁଡିକ ହେଲା ୨୦୧୩ ମସିହାରେ ନିଯୁକ୍ତ ପାଇଥିବା ନର୍ସିଂ ଅଫିସର ମାନଙ୍କ ୬ ବର୍ଷ ଚୁକ୍ତି ଭିତ୍ତିକ ଅବଧିକୁ ମୂଳ ଚାକିରି ସୀମାରେ ମିଶାଇ ପଦୋନ୍ନତି ଦେବାସହ ସମସ୍ତ ଆର୍ଥକ ସହାୟତା ଯୋଗାଇଦିଆଯାଉ ,ଏହାସହିତ ଯୋଗ୍ୟ ନର୍ସିଂ ଅଫିସର ମାନଙ୍କୁ ବରିଷ୍ଠତା ଭିତ୍ତିରେ ପଦୋନ୍ନତି ଦିଆଯାଉ . ଆବଶ୍ୟକ ଥିବା ସ୍ଥୀରୀକୃତ ସମୟକୁ କମ୍ କରି ୧୬ ବର୍ଷରୁ ଉର୍ଦ୍ଧ୍ଵ ସମୟ ଧରି ଲୋକଙ୍କୁ ସେବା ଯୋଗାଇ ଆସୁଥିବା ନର୍ସିଂ ଅଫିସରଙ୍କୁ ଏକକାଳୀନ ଦୁଇଟି ପଦୋନ୍ନତି ଦିଆଯାଉ . ସେହିପରି ବିଭିନ୍ନ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ ନିୟୋଜିତ ନର୍ସିଂ କର୍ମଚାରୀଙ୍କୁ ସିଏଚଓ ପଦବୀ ଫେରାଇ ଆଣି ବିଭିନ୍ନ ସରକାରୀ ଡାକ୍ତରଖାନା ରେ ସେବା ଯୋଗାଇବାକୁ ପଦକ୍ଷେପ ନିଆଯାଉ .

ଅନ୍ୟ ରାଜ୍ୟ ଭଳି ଏନ୍ ଏଚ୍ ଏମ୍ , ଅଧିନରେ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ ନୂତନ ସିଏଚଓ ଙ୍କୁ ନିଯୁକ୍ତି ଦିଆଯାଉ ।ଏହା ବ୍ୟତୀତ ନିୟମିତ ହୋଇ ନଥିବା ନର୍ସିଂ ଅଫିସର ମାନଙ୍କୁ ତୁରନ୍ତ ନିୟମିତ କରାଯାଉ । ଆଉଟସୋର୍ସିଂ ଏଜେଣ୍ଟ ମାଧ୍ୟମରେ ନିଯୁକ୍ତି ବ୍ୟବସ୍ଥାକୁ ସମ୍ପୁର୍ଣ୍ଣ ବନ୍ଦ କରାଯିବା ସହ ସରକାରଙ୍କ ପୂର୍ବ ନିଷ୍ପତ୍ତିକୁ ପ୍ରତ୍ୟାହାର କରାଯାଉ । କେବିକେ ଓ କେବିକେ ପ୍ଲସ୍ ଏବଂ ଆଦିବାସୀ ଅଞ୍ଚଳରେ କଠିନ ନିୟୋଜିତ ନର୍ସିଂ କର୍ମଚାରୀ ଙ୍କୁ ସ୍ଥାନଭିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉ । ଜରୁରୀ କାଳୀନ ସେବାରେ ଯେହେତୁ ନର୍ସିଂ କର୍ମଚାରୀ ମାନେ ନିୟୋଜନ ଥାଆନ୍ତି। ତେଣୁ ସରକାରୀ ଭାବେ ସ୍ଥିରୀକୃତ ସମସ୍ତ ସାଧାରଣ ଛୁଟିଦିନ ବଦଳରେ ନର୍ସିଂ ଅଫିସରଙ୍କ କ୍ଷେତିପୂରଣ ଛୁଟି , ଦରମା କରାଯିବା ସହ ଏ ସମ୍ବନ୍ଧରେ ସ୍ଥାୟୀ ନିର୍ଦ୍ଦେଶନାମା ଜାରୀ କରାଯାଉ ବୋଲି ସେମାନେ ଦାବି କରିଛନ୍ତି।

author

Related Articles

Leave a Reply

Your email address will not be published. Required fields are marked *