ଚନ୍ଦ୍ରଗିରି ବନବିଭାଗ କାର୍ଯ୍ୟାଳୟରେ ୧୧ କେଭି ବିଦ୍ୟୁତ୍ ତାର ଲାଗି ଯୁବକ ଗୁରୁତର । ଯୁବକ ଜଣକ ହେଲେ ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଗ୍ରାମର କୁନା ପ୍ରଧାନ । ସକାଳୁ ବନବିଭାଗ କାର୍ଯ୍ୟାଳୟ ଠାରେ କୌଣସି କାମ ନିମନ୍ତେ କାର୍ଯ୍ୟାଳୟ ଛାତ ଉପରକୁ ଯାଇଥିଲେ । ସେଠାରେ କାମ କରୁଥିବା ବେଳେ ଠିକ୍ ସେହି ସମୟରେ ଛାତ ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଯାଇଥିଲେ । ତାଙ୍କୁ ନିଜ ସହ କର୍ମୀ ଓ ସ୍ଥାନୀୟ ଲୋକେ ଉଦ୍ଧାର କରି ଚନ୍ଦ୍ରଗିରି ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ତାଙ୍କୁ ଡାକ୍ତର ପ୍ରାଥମିକ ଚିକିତ୍ସା କରିବା ପରେ ବ୍ରହ୍ମପୁର MKCGକୁ ସ୍ଥାନାନ୍ତର କରିଛନ୍ତି । କୁନା ବନ ବିଭାଗ ରେ କାମ କରୁଥିଲେ । ସବୁଦିନ ଭଳି ଆଜି ମଧ୍ୟ କାମକୁ ଯାଇଥିଲେ କିନ୍ତୁ ଛାତକୁ ଓହଳି ଥିବା ବିତ୍ୟୁତ ତାର କୁନାକୁ ଲାଗିଯିବା ଫଳରେ ସେ ସେଠାରେ ହିଁ ଟଳି ପଡ଼ିଥିଲେ । ବର୍ତ୍ତମାନ ତାଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ଦେଇଛନ୍ତି ସ୍ଥାନୀୟ ଡାକ୍ତର ।
